ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ

ଅନୁଗୁଳ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ସ୍ୱାମୀର ଟାଙ୍ଗିଆ ଚୋଟରେ ଯାଇଛି ସ୍ତ୍ରୀର ଜୀବନ । ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗଳିତଇଲା ଅଞ୍ଚଳରୁ ଆସିଛି ଏଭଳିତ ଖବର । ଅଭିଯୁକ୍ତ ସ୍ୱାମୀ ଜୀବନ ବେହେରାକୁ ଗିରଫ କରିଛି ପୋଲିସ । ମୃତକ ହେଲେ ହୀନା ବେହେରା । ତାଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ତାଳଚେର ବଙ୍ଗାଳିତଇଲାର ଜୀବନ ବେହେରାଙ୍କର କୌଣସି କାରଣରୁ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା । ଫଳରେ ଜୀବନ ରାଗିଯାଇ ସ୍ତ୍ରୀ ହୀନା ବେହେରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୀନାଙ୍କ ଶବ ଜବତ କରିବା ସହ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ଅଭିଯୁକ୍ତ ଜୀବନ ବେହେରାକୁ କାବୁ କରି ତାଳଚେର ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

twelve − 10 =