ଜାଣନ୍ତୁ ସାଇବାବା କେମିତି ଦିଶୁଥିଲେ

ଭୁବନେଶ୍ୱର: ବାବାଙ୍କର କୋତୋଟି ଫଟୋ, ବିଶେଷତଃ ବାବାଙ୍କ ଜୀବଦ୍ଦଶାରେ ଶିଳ୍ପୀ ଜୟକର ବାବାଙ୍କର ଆଙ୍କିଥିବା ଚିତ୍ର ଆମକୁ ବାବାଙ୍କ ଚେହେରା ସମ୍ପର୍କରେ କିଛି ସୂଚନା ଦିଏ । ଊନବିଂଶ ଶତାଦ୍ଦୀର ଅର୍ଦ୍ଧଭାଗରେ ବାବା ଯେତେବେଳେ ଶିରିଡ଼ିରେ ପ୍ରଥମଥର ଲାଗି ପଦାର୍ପଣ କଲେ ସେତେବେଳେ ତାଙ୍କର ଶରୀର ବେଶ ସୁଗଠିତ ଥିଲା । ସେ ଜଣେ ଖେଳୱାଡ୍ ପରି ଦିଶୁଥିଲେ । ତାଙ୍କ ମସ୍ତକର କେଶ କୁଞ୍ଚିତ ଥିଲା । ଉଚ୍ଚତା ଥିଲା ପ୍ରାୟ ପାଞ୍ଚ ଫୁଟ୍ ଆଠ ଇଞ୍ଚ କିମ୍ବା ତାଠୁ ଟିକେ ବେଶି । ଆଜାନୁଲମ୍ବିତ ଦୀର୍ଘ ବାହୁ ଓ ଦୀର୍ଘ ପଦ ଥିଲା ତାଙ୍କ ଅଙ୍ଗର ବିଶେଷ ଲକ୍ଷଣ । ତାଙ୍କ ଦୁଇ ଆଖିରୁ ନୀଳ ଆଭା ବିଚ୍ଛରିତ ହେଉଥିଲା । ପରବର୍ତ୍ତୀ କାଳରେ ସେ ଚନ୍ଦା ହୋଇଯାଇଥିଲେ । ତେବେ ସେ ସବୁବେଳେ ମୁହଁରେ ତାଙ୍କର ବହଳ ନିଶ ଓ ଦାଢ଼ୀଥିଲା । ଯାହା ସେ ନିୟିତ କର୍ତ୍ତନ କରୁଥିଲେ । ଗଭୀର ଅଥଚ କରୁଣା ସମ୍ପନ୍ନଥିଲା ତାଙ୍କର ଦୃଷ୍ଟି । ସେହି ଅନ୍ତର୍ଭେଦୀ ଦୃଷ୍ଟିରେ ସେ ସମସ୍ତଙ୍କ ଅନ୍ତରକୁ ନିରିକ୍ଷଣ କରିପାରୁଥିଲେ ।

Share

Leave a Reply

Your email address will not be published. Required fields are marked *

one × five =