ହୋଟେଲ ପେଣ୍ଟାଗନ୍ ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ୧୦ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ଖେଳରେ ସାମିଲ ଥିବା ୩ ଯୁବତୀଙ୍କୁ ଅଟକ ରଖାଯାଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଚଢାଉ କରିଥିଲା । ଗିରଫ ଜୁଆଡିମାନଙ୍କଠାରୁ ୨ ଲକ୍ଷ ୫୩ ହଜାର ଟଙ୍କା ଡବତ କରାଯାଇଛି । ହୋଟେଲର ଏକ ବଡ ହଲ୍ରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ଯୁବତୀମାନେ ତାସ୍ ବାଂଟୁଥିଲେ । ପୋଲିସକୁ ଦେଖି କିଛି ଜୁଆଡି ଖସି ପଳାଇବାକୁ ଚେଷ୍ଟା କରିଥିଲେ । ଜୁଆ ଖେଳୁଥିବା ଲୋକମାନେ ଭୁବନେଶ୍ୱର ଓ କଟକର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଏକାଧିକ ବ୍ୟବସାୟୀ ଅଛନ୍ତି । ଆଜି ଗିରଫ ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରାଯିବ ।

Share

Leave a Reply

Your email address will not be published. Required fields are marked *

20 + 14 =