ଗୃହବିଭାଗ ୨୦୨୦ର ଶ୍ୱେତପତ୍ର ପ୍ରକାଶ

ଗୃହବିଭାଗର ୨୦୨୦ର ଶ୍ୱେତପତ୍ର ପ୍ରକାଶ ପାଇଛି ।ତେବେ ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ସବିଶେଷ ତଥ୍ୟ ଏଥିରେ ପ୍ରଦାନ କରାଯାଇଛି । ତେବେ ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦ ରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଟି ପଞ୍ଜିକୃତ ଅପରାଧ ମାମଲା ସାମ୍ନାକୁ ଆସିଥିଲା। ସେଥିମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା।

ସେହଭଳି ୨୦୨୦ ମସିହାରେ ୩ହଜାର ୭୭୦ ଟି ମାମଲା ରୁଜୁ କରାଯାଇଥିଲା। ସେଥି ମଧ୍ୟରୁ ୨୦୫୯ ଟି ଦଙ୍ଗା ମାମଲା, ୩୫୨୪ ଟି ପ୍ରତାରଣ ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା, ୨୯୦୭ଟି ମାମଲା ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ ୨୦୫୪ ଟି ଦୋଷାରପ ଫର୍ଦ୍ଧ ଦାଖଲ ହୋଇଛି । ଧର୍ତ୍ତବ୍ୟ ଅପରାଧ ୯୩ ହଜାର ୨୨୯, ହତ୍ୟାରେ ୧୪୭୦ ମାମଲା ପଞ୍ଜିକରଣ ହୋଇଛି। ସେଥିମଧ୍ୟରୁ ୬୯୪ ଟି ମାମଲାରେ ଚାର୍ଜସିଟ ଦାଖଲ କରିଛି ପୋଲିସ । ୨୦୨୦ ରେ ୪୮୮୮ଟି ଯୌତୁକ ଜନିତ ମାମଲା ରୁଜୁ କରାଯାଇଛି । ୨୦୨୦ ବର୍ଷରେ ୫୧୪ ଟି ଡକାୟତି ମାମଲା ସଂଗଠିତ ହୋଇଛି । ୨୧୬୬ ଟି ଲୁଣ୍ଠନ, ୪୫୦୦ ଟି ସିନ୍ଧି ଚୋରି ମାମଲା ପଞ୍ଜିକୃତ ହୋଇଥିବା ଶ୍ୱେତପତ୍ର ରେ ଉଲ୍ଲେଖ ହୋଇଛି ।

ଅନ୍ୟପକ୍ଷେ ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାବେଳେ ୨୦୨୦ ମସିହାରେ ୨୭ ଥର ହିନ୍ଦୁ ମୁସଲିମ, ୩ ଥର ହିନ୍ଦୁ ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଛି । କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭାଗ ସଫଳ ହୋଇଛି । କାର୍ଯ୍ୟ ସମ୍ପାଦନ ସମୟରେ ୮୯୦୨ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି। କରନାରୁ ସୁସ୍ଥ ହେବା ପରେ ୧୦୦୨ ଜଣ ପ୍ଲାଜ୍ମା ଦାନ କରିଛନ୍ତି । ୨୦୨୦ ୨୧ ମସିହାରେ ପୋଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି । ୫ ଟି ଜିଲ୍ଲା କୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୩୪ ଜଣଙ୍କୁ ଗିରଫ କରାଯାଇଛି |

ଗଞ୍ଜେଇ ଓ ବ୍ରାଉନସୁଗାର ଜବତରେ ରାଜ୍ୟକୁ ବଡ଼ ସଫଳତା ମିଳିଛି। ନିଶା ଦ୍ରବ୍ୟ କାରବାର ରୋକିବାରେ ସରକାରଙ୍କୁ ମିଳିଛି ବଡ ସଫଳତା। ବର୍ଷକ ମଧ୍ୟରେ ୧ହଜାର ୩୭୪ କୁଇଣ୍ଟାଲ ଗଞ୍ଜେଇ ଓ ୩୪ କେଜି ବ୍ରାଉନସୁଗାର ଜବତ ସହିତ ୧୮ହଜାରରୁ ଅଧିକ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସେହିପରି ୨୦୨୦ରେ ଅଗ୍ନିଶମ ବିଭାଗ ମଧ୍ୟ ବଡ଼ ସସଫଳତା ପାଇଛି । ୩୧୩କୋଟି ୯୬ଲକ୍ଷ ୨୪ ହଜାର ୯୦୦ଟଙ୍କା ମୂଲ୍ୟର ସମ୍ପତ୍ତି ନିଆଁ କବଳରୁ ରକ୍ଷା କରାଯାଇଛି । ୨୦୨୦ ବାତ୍ୟା ଅମ୍ପାନକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି |

Share

Leave a Reply

Your email address will not be published. Required fields are marked *

1 × three =