ସବୁ ଆକ୍ରାନ୍ତଙ୍କ ପାଇଁ ନୁହେଁ ହୋମ ଆଇସୋଲେସନ

ଭୁବନେଶ୍ୱର() ଗୃହ ପୃଥକବାସରେ ରହୁଥିବା କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଇଛନ୍ତି ଲାଇଭ ଆଡଭାଇସ । ଗୃହ ପୃଥକବାସରେ ରହୁଥିବା ଲୋକେ କି ପ୍ରକାର ସତର୍କତା ଅବଲମ୍ବନ କରିବେ ଏବଂ ନିଜେ କିଭଳି ନିଜର ଯତ୍ନ ନେବେ ସେନେଇ ବିଶିଷ୍ଟ ଭେଜଷ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଓ ଡାକ୍ତର ପ୍ରଜ୍ଞା ରାଉତରାୟ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏବେ ସାରା ବିଶ୍ୱରେ ୯୦ ପ୍ରତିଶତ ସଂକ୍ରମିତ ଲକ୍ଷଣ ବିହିନ ବା ସ୍ୱଳ୍ପ ଲକ୍ଷଣଯୁକ୍ତ । ତେଣୁ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ଗୃହ ପୃଥକୀକରଣରେ ରହିଲେ ସେମାନେ ନିଜ ପରିବାର ମଧ୍ୟରେ ସୁରକ୍ଷିତ ରହିପାରିବେ । କିନ୍ତୁ ମଧୁମେହ, ଉଚ୍ଚରକ୍ତଚାପ, କର୍କଟ ଭଳି ଗୁରୁତର ରୋଗରେ ଆକ୍ରାନ୍ତ ଏବଂ ଶିଶୁ ଓ ଗର୍ଭବତୀ କୋଭିଡ ପଜିଟିଭ ଗୃହ ପୃଥକୀକରଣରେ ନୁହେଁ କୋଭିଡ ହସ୍ପିଟାଲାରେ ରହିବ ଆବଶ୍ୟକ । ତେବେ ଗୃହ ପୃଥକବାସରେ ରହୁଥିବା ବ୍ୟକ୍ତି ଅନ୍ୟୁନ ୧୭ ଦିନ ଆସୋଲେସନରେ ରହିବେ । ଏହି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ପରିସ୍ଥିତି, ନାକରୁନ୍ଧି ହେବା କିମ୍ବା ଧଇଁସଇଁ ହେଲେ ତୁରନ୍ତ ୧୦୪ କିମ୍ବା ରାପିଡ ରେସପନ୍ସ ଟିମକୁ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ୧୭ ଦିନର ଆସୋଲେସନ ପରେ ଅସୁସ୍ଥତା ଅନୁଭବ କରୁଥିଲେ କୋଭିଡ ପରବର୍ତ୍ତି ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ସେହିଭଳି ଲକ୍ଷଣ ନଥିବା ବ୍ୟକ୍ତି ପରୀକ୍ଷା କରିବାର ଆବଶ୍ୟକ ନାହିଁ । କିନ୍ତୁ ଲକ୍ଷଣ ଆସିଲେ କିମ୍ବା ଅନ୍ୟାନ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି ନିଶ୍ଚିତ ଭାବେ କୋଭିଡ ପରୀକ୍ଷା କରିବା ଉଚିତ । ଏଥିସହିତ ଆଜି ବିଶେଷଜ୍ଞମାନେ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 3 =