ବାତିଲ ହେଲା ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି

ଭୁବନେଶ୍ୱର: ଭିଜୁଛି ସାରା ଓଡ଼ିଶା । ଲଗାଣ ବର୍ଷାରେ ବେହାଲ ରାଜ୍ୟ । କେଉଁଠି ମନ୍ଦିର ଭିତରେ ପାଣି ପଶିଲାଣି ତ ଆଉ କେଉଁଠି ଭାଙ୍ଗିଲାଣି ପୋଲ । ଅଧିକାଂଶ ସ୍ଥାନରେ ଲୋକେ ପାଣିଘେରରେ ମଧ୍ୟ ଫସି ରହିଛନ୍ତି । ଏଭଳି ସ୍ଥିତିରେ ଜଳ ସଂପଦ ବିଭାଗର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ୨୦ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି । ଆବଶ୍ୟକ ସ୍ଥଳେ ରାଟି ପାଟ୍ରୋଲିଂ କରାଯିବ । ଆଜିକା ଦିନରେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ରାଜ୍ୟରେ ୮ଟି ବୃହତ ଓ ୪୪ଟି ମଧ୍ୟମ ଜଳଭଣ୍ଡାର ରହିଛି । ହୀରାକୁଦରେ ଜଳ ଧାରଣ କ୍ଷମତାର ୭୮ ପ୍ରତିଶତ ଜଳ ରହିଛି । ରେଙ୍ଗାଲି ଡ୍ୟାମରେ କ୍ଷମତାର ୮୩ ପ୍ରତିଶତ ଜଳ ଭରି ଅଛି । ଅବଶିଷ୍ଟ ୬ ବୃହତ ଜଳ ଭଣ୍ଡାରରେ କ୍ଷମତାର ୫୦ ପ୍ରତିଶତରୁ କମ ଜଳ ରହିଛି । ୪୪ଟି ମଧ୍ୟମ ଡ୍ୟାମରୁ ୬ଟି ୭୫ ପ୍ରତିଶତ ଓ ୧୪ଟିରେ ୫୦ ପ୍ରତିଶତ ଜଳ ରହିଛି ।

Share

Leave a Reply

Your email address will not be published. Required fields are marked *

2 − one =