ଆଜି ହୀରାକୁଦର ୮ଟି ଗେଟ୍ ଖୋଲିଲା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରକୁ ଆଜି ପୁଣି ଜଳପ୍ରବାହ ବ୍ରୁଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସେପଟେ ବିଭିନ୍ନ କେନାଲ, ୮ଟି ଗେଟ୍, ପାଓ୍ବାର ଚ୍ୟାନେଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ପ୍ରାୟ ୧.୪୫ ଲଖ୍ୟ କ୍ୟୁସେକ୍ ଦଳ ନିଷ୍କାସିତ ହେଉଛି । ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଶନିବାର ସୁଦ୍ଧା ହୋଇଥିବା ପ୍ରବଳ ବର୍ଷାର ପାଣି ଏବେ ହୀରାକୁଦରେ ପହଞ୍ଚିଥିବାରୁ ଜଳସ୍ତର ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

eighteen − 14 =