ବନ୍ଧ ଓ ଲୋକଙ୍କ ସୁରକ୍ଷା ମନାସି କେମିତି ଖୋଲୁଛି ହୀରାକୁଦ ଡ୍ୟାମର ଗେଟ … ଦେଖନ୍ତୁ ଏହି ଭିଡିଓ

ବୁର୍ଲା () ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ସମୟରେ ସାଧାରଣରେ ଯେତିକି ଉତ୍କଣ୍ଠା ଥାଏ ତଳି ଅଂଚଳରେ ସେତିକି ଆତଙ୍କ ଥାଏ । କାରଣ ଉପରମୁଣ୍ଡରୁ ବନ୍ୟା ଜଳ ତାଳମୁଣ୍ଡରେ କେତେ କ୍ଷତି କରିବ ସେନେଇ ତଳି ଅଂଚଳରେ ସବୁବେଳେ ଭୟ ରହିଥାଏ।

ଠିକ ସେହିଭଳି ଜଳଭଣ୍ଡାରର ଗେଟ ଖୋଲିବା ସମୟରେ ଯନ୍ତ୍ରୀମାନେ ବି ଆଶା ଓ ଆଶଙ୍କାରେ ଥାଆନ୍ତି । ଏତେବଡ଼ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଥିବା ବେଳେ ବାହାରେ ଲୋକେ ଦେଖି ଉତ୍ଫୁଳିତ ହୁଅନ୍ତି । ଜଳଭଣ୍ଡାର ଭିତରେ ଯନ୍ତ୍ରୀମାନେ କିନ୍ତୁ ସବୁ ପ୍ରକାର ବିଘ୍ନ ବିନାଶନ ପାଇଁ ଦେବାଦେବୀଙ୍କ ପୂଜା କରି ଗେଟର ଚାବି ଖୋଲନ୍ତି । ଦୀର୍ଘ ସମୟର ପୂଜା ପରେ ନଡ଼ିଆ ବାଡେଇ ଗେଟ ଖୋଲାଯାଏ । ଗେଟ ଖୋଲିବା ସମୟରେ ଜଳଭଣ୍ଡାରରେ ଜଳର ପ୍ରଖର ସ୍ରୋତରେ ବ୍ୟାରେଜକୁ ସୁରକ୍ଷିତ ରଖିବା ସହ ତଳମୁଣ୍ଡରେ ଲୋକଙ୍କ ସୁରକ୍ଷା ମନାସି ଏହି ପୂଜା ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

fifteen + eight =