କରୋନା ବିପନ୍ନଙ୍କୁ ହିମାଂଶୁ କର ଫାଉଣ୍ଡେସନର ସହାୟତା

କେନ୍ଦ୍ରାପଡା() କରୋନା ମହାମାରୀ ଭଳି ଦୁର୍ଦ୍ଧିନ ସମୟରେ ଗରିବ ଓ ଅସହାୟ ଲୋକଙ୍କ କଷ୍ଟକୁ ଲାଘବ କରିବା ପାଇଁ କେନ୍ଦ୍ରାପଡା ସହରରେ ହିମାଂଶୁ ଭୂଷଣ କର ଫାଉଣ୍ଡେସନ ଅଣ୍ଟା ଭିଡିଛି । ଆଜି ସହରର ବିଭିନ୍ନ ସ୍ଥାନରେ ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ନୌଯବାନ ୟୁନିୟନର ସଭ୍ୟମାନେ ଦୁସ୍ଥ ଓ ଅସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସହିତ ଅନ୍ୟାନ୍ୟ ରାସନ ସାମଗ୍ରୀ ବଣ୍ଟନ କରିଥିଲେ ।

 

ଏହି ଫାଉଣ୍ଡେସନର ପ୍ରତିÂାତା ମହମ୍ମଦ ଅମିରଙ୍କ ସହିତ ପଦ୍ମନାଭ ସାହୁ, ଅବଦୁଲ ମଟିନ, କଲିମ ଖାନ, ନିୟାଜୁଦିନ ଖାନ, କୃଷ୍ନ ଚନ୍ଦ୍ର ବେହେରା, ଏସ.କେ ଏହେସାନ, ରଶ୍ମିରଞ୍ଜନ ସାହୁ, ଏସ.କେ ଉମରାନ, ଅକବର ଖାନ,ଆଜହାରୁଦିନ ଖାନ ପ୍ରମୁଖ ଏହି ରାସନ ଓ ଶୁଖିଲା ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ ।

ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଦ୍ଧିନ ସମୟରେ ଅସହାୟ ଲୋକମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଏହି ଫାଉଣ୍ଡେସନ ତାର କର୍ତ୍ତବ୍ୟ ଓ ଦାୟୀତ୍ୱ ରୂପେ ଗ୍ରହଣ କରିଛି । ଏଭଳି କାର୍ଯ୍ୟ ପାଇଁ ଯେ କୌଣସି ବ୍ୟକ୍ତି ସେମାନଙ୍କର ଶକ୍ତି ମୁତାବକ ସାହର୍ଯ୍ୟ କରିବା ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

thirteen + twelve =