ସରକାରୀ ଅଧ୍ୟାପକ କରିପାରିବେ ନାହିଁ ଘରୋଇ ଟ୍ୟୁସନ ଓ କୋଚିଂ କ୍ଲାସ

ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ

ସରକାରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କ ସହ 8 ଘଣ୍ଟାର ମାନସମନ୍ଥନ

ଭୁବନେଶ୍ବର () କୌଣସି ସରକାରୀ ଅଧ୍ୟାପକ ଘରୋଇ ଟ୍ୟୁସନ କିମ୍ବା କୋଚିଂ କରିପାରିବେ ନାହିଁ । ନିୟମିତ ବ୍ୟବସ୍ଥାନରେ ପ୍ୟାରେଣ୍ଟ-ଟିଚର ମିଟିଂ ଅନୁଷ୍ଠିତ ହେବ । ମହାବିଦ୍ୟାଳୟ ପରିସରରେ ଯେଉଁ ଛାତ୍ର ବିଶୃଙ୍ଖଳା କରୁଥିବେ ସେ ସମ୍ପର୍କରେ ତାଙ୍କ ଅଭିଭାବକଙ୍କୁ ଜଣାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହିତ ସରକାରୀ ଅଧ୍ୟାପକମାନେ ମହାବିଦ୍ୟାଳୟରେ ଦୈନିକ 7 ଘଣ୍ଟା ଉପସ୍ଥିତ ରହିବେ । ଆଜି ଆଜି ଭୁବନେଶ୍ବରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 52ଟି ସରକାରୀ ମହାବିଦ୍ୟାଳୟର ପ୍ରିନ୍ସିପାଲମାନଙ୍କ ବୈଠକରେ ଏଭଳି ତାଗିଦ କରାଯାଇଛି ।

ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଆସିବ ସଂସ୍କାର ଆଣିବାକୁ ଏଭଳି ପଦକ୍ଷେପ ନିଆଯାଉଛି । ଅଧ୍ୟାପକମାନେ ଶିକ୍ଷାଦାନର ମାନ ବୃଦ୍ଧି ସହ ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟିର ଭାର ବହନ କରିବେ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ କରିଛି ଏକ ବିରାଟ ଯୋଜନା । ସକାଳ 10ଟାରୁ ଆରମ୍ଭ ହୋଇଥିବା ଏହି ମାନସମନ୍ଥନ କାର୍ଯ୍ୟକ୍ରମ ଅପରାହ୍ନ 6ଟା ପର୍ଯ୍ୟନ୍ତ ଦୀର୍ଘ 8 ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ତଦନୁଯାୟୀ ମହାବିଦ୍ୟାଳୟରେ ରେଜଲ୍ଟ ସଠିକ ସମୟରେ ପ୍ରକାଶନକୁ ପ୍ରାଥମିକତା ଦିଆଯାଇଛି । ରେଜଲ୍ଟ ସଠିକ ସମୟରେ ପ୍ରକାଶ ପାଇବାକୁ ହେଲେ ନିର୍ଦ୍ଧାରିତ ସମୟରେ ପରୀକ୍ଷା, ସମୟ ସମୀ ମଧ୍ୟରେ ପାଠ୍ୟକ୍ରମ ସରିବା ସହ ନାମଲେଖା ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରାଯିବ ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ଯେ, ପୂର୍ବରୁ ସରକାରୀ ବିଶ୍ବବିଦ୍ୟାଳୟର କୂଳପତିମାନଙ୍କ ସହ ମଧ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଆଲୋଚନା ହୋଇଛି । ଶିକ୍ଷା ବର୍ଷ ଆରମ୍ଭରୁ ପ୍ରଥମେ କୂଳପତି ଏବଂ ପରେ ପ୍ରିନ୍ସିପାଲମାନଙ୍କ ସହ ହୋଇଥିବା ଏହି ଆଲୋଚନା ରାଜ୍ୟରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ଯୋଜନା ପ୍ରସ୍ତୁତ ଚାଲିଛି ।

ଉଚ୍ଚଶିକ୍ଷାକୁ ଅଧିକ କ୍ରିୟାଶୀଳ ଓ ସକ୍ରିୟ କରିବା ପାଇଁ ଆଜି ସବୁ ପ୍ରିନ୍ସିପାଲଙ୍କୁ ସେମାନଙ୍କ ମତାମତ ଦେବାକୁ କୁହାଯାଇଛି । ଏଥିସହିତ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ମଧ୍ୟ ଜଣାଇବେ । ଶିକ୍ଷା ବ୍ୟବସ୍ଥାରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଭିଭାବକ ଓ ଶିକ୍ଷାବିତମାନେ ସଂଶ୍ଲିଷ୍ଟ । ତେଣୁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଦୃଢ ଏବଂ ମାନବୃଦ୍ଧି ପାଇଁ ସମସ୍ତଙ୍କ ମତାମତ ନିଆଯିବ ।

ଚଳିତ ଶିକ୍ଷା ବର୍ଷରେ ଏହା ପ୍ରଥମ ଏଭଳି ବୈଠକ । ପ୍ରଥମେ ମହାବିଦ୍ୟାଳୟଗୁଡିକରେ ଥିବା ସମସ୍ତ ଖାଲିପଦବୀ ପୂରଣ କରାଯିବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭିତ୍ତିଭୂମୀର ବିକାଶ ପାଇଁ ରୁସା, ରାଜ୍ୟ ବଜେଟ ଓ ବିଶ୍ବବ୍ୟାଙ୍କର ମଧ୍ୟ ସହାୟତା ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ପ୍ରାର୍ଥ ସାରଥୀ ମିଶ୍ର । ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନାର କାର୍ଯ୍ୟକାରିତା ସହ ଏହାର ଉପାଦେୟତା ସଂପର୍କରେ ମତାମତ ସଂଗ୍ରହ କରାଯିବ । ବିଭାଗକୁ କିଭଳି ସକ୍ରିୟ କରାଯିବ ତାହା ହେଉଛି ପ୍ରାଥମିକତା ।

ସେ କହିଥିଲେ ଯେ, ସମସ୍ତ 52ଟି ଯାକ ମହାବିଦ୍ୟାଳୟରେ ସ୍ଥାୟୀ ପ୍ରିନ୍ସିପାଲଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନଙ୍କୁ ଅନୁରୋଧ କରାଯାଇଛି । ତାଙ୍କ ନିକଟକୁ ଯୋଗ୍ୟ ଅଧ୍ୟାପକଙ୍କ ସିଭି ପଠାଯାଇଛି । ଗତ 24 ତାରିଖରୁ ମାନପତ୍ର ଯାଞ୍ଚ କାମ ଆରମ୍ଭ ହୋଇଛି । ସବୁ ସରକାରୀ ମହାବିଦ୍ୟାଳୟରେ ସ୍ଥାୟୀ ପ୍ରିନ୍ସିପାଲଙ୍କୁ ପ୍ରାଥମିକ ଭିତ୍ତିରେ ନିଯୁକ୍ତି ଦିଆଯିବ ।

ସେହିଭଳି ଗେଷ୍ଟ ଅଧ୍ୟାପକମାନେ ବାର୍ଷିକ 450ଟି ଅର୍ଥାତ ମାସକୁ 50ଟି କ୍ଲାସ ନେବେ । ଏଥିସହ ମହାବିଦ୍ୟାଳୟରେ ବାୟୋ ମେଟ୍ରିକ ଉପସ୍ଥାନ ଉପରେ ବାଧ୍ୟତାମୂଳକ କରାଯିବ । ବିଶ୍ବବ୍ୟାଙ୍କ ସହାୟତାରେ 16ଟି ମହାବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen − 10 =