ଗଣେଶ ପୂଜା ନିଷ୍ପତି ନେବ ପ୍ରଶାସନ

ଭୁବନେଶ୍ୱର() କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇନ ସିଟିରେ ଗଣେଶ ପୂଜା ଉପରେ କମିଶନରେଟ ପୁଲିସ ରୋକ ଲଗାଇଥିଲା । ତେବେ ଏନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି । ମାନ୍ୟବର କୋର୍ଟ ସ୍ଥାନୀୟ ଅଧିକାରୀଙ୍କ ଉପରେ ଗଣେଶ ପୂଜା ନିଷ୍ପତ୍ତି ଛାଡ଼ିଛନ୍ତି । ଏନେଇ ସମ୍ପୃକ୍ତ ସ୍ଥାନୀୟ ଅଧିକାରୀଙ୍କ ପାଖକୁ ଯିବାକୁ କୋର୍ଟ କହିଛନ୍ତି । ଟୁଇନ ସିଟିରେ ଗଣେଶ ପୂଜା ଅନୁମତି ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । କଟକ ବୁଢା ଗଣେଶ ପୂଜା କମିଟି ସଭାପତି ଏହି ଜନସ୍ୱାର୍ଥ ମାମଲା କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =