ମନ୍ଦିର ଖୋଲିବ କି ନାହିଁ ନିଷ୍ପତ୍ତି ନେବେ ରାଜ୍ୟ ସରକାର

କଟକ() କରୋନା ପାଇଁ ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।

ତେବେ ରାଜ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି ।  ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ କହିଛନ୍ତି ।  କଣ୍ଟେନମେଣ୍ଟ ବାହାରେ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ପାଇଁ  ହାଇକୋର୍ଟ କହିଛନ୍ତି ।  ଜଗନ୍ନାଥ ମନ୍ଦିର ସହ ଅନ୍ୟ ମନ୍ଦିର ଖୋଲିବା ଉପରେ ଆବେଦନର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି ।  ସବୁ ଧର୍ମାନୁଷ୍ଠାନ ଖୋଲିବା ଆବେଦନର ମଧ୍ୟ କୋର୍ଟ ଶୁଣାଣି  କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − six =