ବନ୍ୟା ପାଇଁ ୧୧ ଟି ଜିଲ୍ଲାକୁ ହାଇଆର୍ଲଟ ଜାରି

ଭୁବନେଶ୍ବର: ଛତିଶଗଡରେ ଲଗଣା ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଯୁଛି। ଛତିଗଡରୁ ପ୍ରତି ସେକେଣ୍ତରେ ହିରକୁଦକୁ ଆସୁଛି ୧ଲକ୍ଷ ୩୫ହଜାର କ୍ୟୁସେକ ବନ୍ୟା ଜଳ ଏହା ରାତିକି ଡବଲ ହେବ। ହିରାକୁଦରେ ୨୫ ଗେଟ ଖୋଲିଛି ା  ଏଭଳି ସ୍ଥିତିକୁ ଆଖି ଆଗରେ ରଖି ୧୧ ଟି ଜିଲ୍ଲାକୁ ହାଇଆର୍ଲଟ ଜାରି କରିଛନ୍ତି ଏସଆରସି। ଏହା ସହ ୨୪ ଘଣ୍ଟା ସର୍ତକ ରହିବା ଦୁର୍ବଳ ନଦୀ ବନ୍ଧ ଉପରେ ନଜର ରଖିବା ସହ ଏନଡିଆରଏଫ, ଓଡ୍ରାଫ ଟିମ ଏବଂ ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପାନୀୟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି ା ସମ୍ବଲପୁର, ସୁବର୍ଣ୍ଣପୁର,ବୌଦ୍ଧ, ନୟାଗଡ,ଅନୁଗୋଳ,କଟକ, ପୁରୀ,ଜଗତସିଂହପୁର, କେନ୍ଦ୍ରପଡା,ଖୋର୍ଦ୍ଧା, ଯାଜପୁର ଆଦି ୧୧ଟି ଜିଲ୍ଲାରେ  ଆର୍ଲଟ ଜାରି କରାଯାଇଛି । ଏବେ ହିରକୁଦରେ ଜଳସ୍ତର ୬୨୨ ଫୁଟ ରହିଛି। ହିରକୁଦରେ ଗୋଟ ଖୋଲିବାର ଦୁଇଦିନ ପରେ ଅର୍ଥାତ ୩୦ ତରିଖ ଦିନ ସକାଳେ କଟକରେ ୮ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବ। କଟକରେ ୧୧ଲକ୍ଷରୁ ୧୫ ଲକ୍ଷର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଲେ ବନ୍ୟା ଆଶାଙ୍କା ସୃଷ୍ଟି ହୋଇପାରେ ।

Share

Leave a Reply

Your email address will not be published. Required fields are marked *

3 × 5 =