ସ୍ତ୍ରୀ ଲୋଡିଲେ ସ୍ୱାମୀଙ୍କ ଚିକତ୍ସା ଲାଗି ସହଯୋଗ

ଭୁବନେଶ୍ୱର: ୩୦ ବର୍ଷର ଅଭିଷେକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଉନ୍ନତମାନର ସେବା ପାଇବା ଲାଗି ତାଙ୍କୁ କୋଲକାତା ଯିବାକୁ ପଡିବ। କିନ୍ତୁ ଅର୍ଥ ବାଧକ ସାଜିଛି। ଆବଶ୍ୟକ ଅଛି ପ୍ରାୟ ଏକ କୋଟି ଟଙ୍କା। ଅଭିଷେକଙ୍କ ଘର ଭଦ୍ରକ ବାସୁଦେବପୁରରେ। ମାସେ ତଳେ ସେ ବିବାହ କରିଥିଲେ। ଏବେ ତାଙ୍କ ପରିବାର ଲୋକେ ଅର୍ଥ ସଂଗ୍ରହ ପାଇଁ ଉଦ୍ୟମ କରୁଛନ୍ତି।

ନିମ୍ନ ମଧ୍ୟବିତ ପରିବାର ଅଭିଶେକଙ୍କ ଚିକତ୍ସାରେ ଅର୍ଥ ସାଜିଛି ବାଧକ । ତାଙ୍କ ଚିକତ୍ସା ଲାଗି ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଡାକ୍ତର । ସେପଟେ ଏଭଳିସ୍ଥଳେ ସ୍ୱାମୀଙ୍କ ଚିକତ୍ସା ଲାଗି ସାଧାରଣ ଲୋକଙ୍କ ସହାୟତା ଲେଢ଼ିଛନ୍ତି ତାଙ୍କ ସ୍ତ୍ରୀ । ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବା ଲାଗି ସେ ନିବେଦନ କରିଛନ୍ତି । ଆପଣମାନେ ଯଦି କେହି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ୭୦୦୮୮୨୯୧୩୯ ଓ ୯୫୮୩୫୯୬୮୮୬ ନମ୍ବରକୁ ଯୋଗାଯୋଗ କରିପାରିବେ।

Share

Leave a Reply

Your email address will not be published. Required fields are marked *

7 − 3 =