ଓଡ଼ିଆ ଶ୍ରମିକମାନଙ୍କୁ ଉପାଦେୟ ପରାମର୍ଶ ଦେବା ସହ ସମସ୍ତ ବିକଳ୍ପ ସହାୟତା

କେନ୍ଦ୍ରାପଡା() ରାଜ୍ୟରେ ଖୋଲିଲା ପ୍ରବାସୀ ସହାୟତା କେନ୍ଦ୍ର । ଆଜି କେନ୍ଦ୍ରାପଡ଼ା ପ୍ରବାସୀ ସହାୟତା ଓ ସମ୍ବଳ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ଶ୍ରମ ଓ ଇଏସ୍ଆଇ ମନ୍ତ୍ରୀ ସୁଶାନ୍ତ ସିଂହ ।

ଅହିଅବସରରେ ମନ୍ତ୍ରୀ କହିଛନ୍ତି ଓଡ଼ିଶାରୁ ବାହାର ରାଜ୍ୟକୁ କାର୍ୟ୍ୟ କରିବା ନିମନ୍ତେ ଯାଉଥିବା ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ଓ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କାର୍ୟ୍ୟକାରୀ କରୁଅଛନ୍ତି । ଏହା ଅନ୍ତର୍ଗତ ୧୧ଟି ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ କାର୍ୟ୍ୟ ଏବଂ ଆର୍ଥିକ ସହାୟତା ସହ ସ୍ୱତନ୍ତ୍ର ଯୋଜନା କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କାର୍ୟ୍ୟକାରୀ କରିବା ନିମନ୍ତେ ସରକାର ଅନୁମୋଦନ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରମ ବିଭାଗ ସହ ସମନ୍ୱୟ ରକ୍ଷାକରି କେନ୍ଦ୍ରାପଡ଼ାରେ ପ୍ରବାସୀ ଶ୍ରମିକ ସହାୟତା ଓ ସମ୍ବଲ କେନ୍ଦ୍ରକୁ ଖୁବ କମ୍ ସମୟ ମଧ୍ୟହରେ କାର୍ୟ୍ୟକାରୀ କରିଛନ୍ତି । ରାଜ୍ୟ ସରକାର ଏହାକୁ କାର୍ୟ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଜିଲ୍ଲାପାଳ ଅତିଶୀଘ୍ର ବିଭିନ୍ନ ବ୍ଲକ ଅନ୍ତର୍ଗତ ପ୍ରବାସୀ ଶ୍ରମିକ ପ୍ରବଣ ପଞ୍ଚାୟତଗୁଡ଼ିକୁ ଚିହ୍ନଟକରି ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିବେ ଏବଂ ଜିଲ୍ଲାସ୍ତରରେ ବାହାର ରାଜ୍ୟ ବା ଦେଶକୁ ଯାଉଥିବା ଓଡ଼ିଆ ଶ୍ରମିକମାନଙ୍କୁ ଉପାଦେୟ ପରାମର୍ଶ ଦେବା ସହ ସମସ୍ତ ବିକଳ୍ପ ସହାୟତା ସମ୍ପର୍କରେ ସୂଚନା ଦେବେ ।

ବିଭିନ୍ନ ଠିକାଦାର କିମ୍ବା ଦଲାଲଙ୍କ ଜରିଆରେ ପ୍ରଲୋଭିତ ହୋଇ ବାହାର ରାଜ୍ୟକୁ ବା ଦେଶକୁ ଯାଉଥିବା କୁଶଳୀ, ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନେ ଏହାଦ୍ୱାରା ସଚେତନ ହୋଇପାରିବେ ଏବଂ ଆବଶ୍ୟକତା ସ୍ଥଳେ ସରକାରଙ୍କର ତୁରନ୍ତ ସହାୟତା ମଧ୍ୟ ପାଇପାରିବେ ।

ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ନୂଆ ଦିଲ୍ଲୀଠାରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କ ସ୍ଥାପନ ହୋଇଯାଇସାରିଛି ଓ ଲିଆସନ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡ଼ୁ ଓ କେରଳଠାରେ ଉକ୍ତ ଡେସ୍କ ମାନ ସ୍ଥାପନ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଉଅଛି । ବିଭିନ୍ନ ଜିଲ୍ଲାରେ ଖୋଲାଯାଇଥିବା ପ୍ରବାସୀ ସହାୟତା ଓ ସମ୍ବଳ କେନ୍ଦ୍ରଗୁଡ଼ିକ ବିଭିନ୍ନ ରାଜ୍ୟର ହେଲ୍ପ ଡେସ୍କ ସହ ଯୋଡ଼ାଯିବା ପାଇଁ ପଦକ୍ଷେପ ନିଆଯାଉଅଛି ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜ୍ୟ ପ୍ରବାସୀ ଶ୍ରମିକ ସମନ୍ୱୟ କେନ୍ଦ୍ର ସହ ଯୋଗାଯୋଗ ରକ୍ଷାକରି ଏ ଦିଗରେ ଯତ୍ନବାନ ହେବେ । ଯେହେତୁ କେନ୍ଦ୍ରାପଡ଼ା ଜିଲ୍ଲା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୁଶଳୀ ପାଇପ ମିସ୍ତ୍ରୀ ପାଇଁ ସୁନାମ ଅର୍ଜନ କରିଛି, ଦିଗରେ ବିଭିନ୍ନ ପ୍ରଶିକ୍ଷଣ ଯୋଜନାମାନ କାର୍ୟ୍ୟକାରୀ କରିବା ନିମନ୍ତେ ଓଡ଼ିଶା ଶ୍ରମ ବିଭାଗ ଭାରତର ବୈଦେଶିକ ବିଭାଗ ସହ ଏ ସମ୍ବନ୍ଧରେ ଆଲୋଚନା ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + 12 =