ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛିଦିନର ବିରତି ପରେ ପୁଣି ଫେରିଛି ବର୍ଷା । ରାଜ୍ୟରେ ଆଗାମୀ କିଛି ଦିନ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶା , ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲାକୁ ଝଡ଼ବର୍ଷା ସହିତ ବଜ୍ରପାତ ହେବ । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି । ଆଜି ବାଲେଶ୍ବର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତ୍ସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଞ୍ଜାମ , ଗଜପତି , ମାଲକାନଗିରି , କୋରାପୁଟ , ରାୟଗଡ଼ା , କନ୍ଧମାଳ , କେନ୍ଦୁଝର , ମୟୂରଭଞ୍ଜ ଓ ଢେଙ୍କାନାଳରେ ଝଡ଼ବର୍ଷା ସହ ବଜ୍ରପାତ ହେବ ।
ସେହିପରି ମଙ୍ଗଳବାର ଗଞ୍ଜାମ , ଗଜପତି , ରାୟଗଡ଼ା , କନ୍ଧମାଳ , ମାଲକାନଗିରି , କୋରାପୁଟ , କଳାହାଣ୍ଡି , ନବରଙ୍ଗପୁର , ବାଲେଶ୍ଵର , କେନ୍ଦୁଝର ଓ ମୟୂରଭଞ୍ଜରେ ଝଡ଼ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି।

Share

Leave a Reply

Your email address will not be published. Required fields are marked *

11 − 9 =