ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ସୋର: ଯୁବକଙ୍କ ମୃତଦେହ ଉଦ୍ଧାର । ବିଲ ମଝିରେ ଥିବା ଜାମୁକୋଳି ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ବିବାହିତ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଖଇରା ଥାନା ରାଇଗଡିଆ ଗ୍ରାମର ବିଶ୍ୱନାଥ ଦାସ ।
ବିଶ୍ୱନାଥଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଥାନା ଦପା ଅଞ୍ଚଳରେ । ବିବାହ କରିବା ପରେ ଶ୍ୱଶୁର ଘର ରାଇଗଡ଼ିଆରେ ରହୁଥିଲେ ବିଶ୍ୱନାଥ । ଗତକାଲି ରାତିରୁ ସେ ନିଖୋଜ ଥିବା ବେଳେ ଆଜି ବିଲ ନିକଟରେ ଥିବା ଏକ ଜାମୁକୋଳି ଗଛରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପାରିକାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥାଇପାରିଥାନ୍ତି ବୋଲି ଆଶା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

twenty + two =