ସ୍ତ୍ରୀକୁ ଗରମ ପିଠାପାତିଆରେ ଚେଙ୍କ ଦେଲା ସ୍ୱାମୀ

ଗଞ୍ଜାମ: ସ୍ତ୍ରୀର କାର୍ଯ୍ୟକଳାପକୁ ସନ୍ଦେହ କରି, ସ୍ୱାମୀ ଦେଇଛି ନିର‌୍ୟାତନା । ପିଠା ପାତିଆ ଗରମ କରି ସ୍ତ୍ରୀ ପିଠିରେ ଚେଙ୍କ ଦେଇଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଲମ୍ଭେଇ ଗ୍ରାମରେ ଘଟିଛି । ସନ୍ତୋଷ ସେହି ଗ୍ରାମର ଲତାଙ୍କୁ ୨୦୧୬ ମସିହାରେ ପ୍ରେମ ବିବାହ କରିଥିଲେ । ସେମାନଙ୍କ ସଂସାର ବେଶ ହସ ଖୁସିରେ ଚଳୁଥିଲା । ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ସନ୍ତୋଷ ମଜୁରୀ କାମ କରି ପରିବାର ଚଳାନ୍ତି । ତେବେ ସେ କାମ ସାରି ଘରକୁ ଫେରୁଥିବା ବେଳେ ଲତା ସେହି ଗ୍ରାମର ଜଣେ ଯୁବକଙ୍କ ସହ କଥା ହେଉଥିଲେ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ନିଆଁରେ ପିଠା ପାତିଆକୁ ଗରମ କରି ଚେଙ୍କ ଦେଇଥିଲେ ସନ୍ତୋଷ । ଏନେଇ ଥାନାରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

twelve − three =