ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ଦର୍ପଦଳନ

ପୁରୀ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଦେବୀ ସୁଭଦ୍ରା । ଶରଧାବାଲିରେ ଲାଗିଛି ଦେବଦଳନ ରଥ । ପ୍ରଥମେ ଲାଗିଥିଲା ତାଳଧ୍ୱଜ । ଆଉ ଏବେ ଲାଗିଛି ଦର୍ପଦଳନ । ଆଉ ଅଳ୍ପ ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିବ ବୋଲି ସୂଚନା ମିଳିଛି । ତେବେ ଚଳିତ ବର୍ଷ ବିନା ଭକ୍ତରେ ମଧ୍ୟ ଅନୁଷ୍ଠିତ ହୋଇଛି ରଥଯାତ୍ରା । ସେବାୟତମାନେ ତିନି ରଥକୁ ଟାଣି ପହଞ୍ଚାଇଥିବା ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

three × 1 =