ଗୁମୁଡୁମାହା ଗୁଲିକାଣ୍ଡ ଘଟଣାରେ ମୃତକଙ୍କୁ ମିଳିବ କ୍ଷତିପୂରଣ

ଭୁବେନଶ୍ବର: ବହୁଚର୍ଚ୍ଚିତ କନ୍ଧମାଳ ଗୁମୁଡୁମାହା ଗୁଳିକାଣ୍ଡ ମାମଲାରେ ରାଜ୍ୟ ମାନବାଧିକାର କମିସନ(ଓଏଚଆରସି) ତରଫରୁ ମୃତ  ୫ ଜଣଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ସରକାରଙ୍କ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ୨ ମାସ ମଧ୍ୟରେ ଏହି ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ।ଏଠାରେ ଉଲ୍ଲେଖ ଯୋଗ୍ୟ ୨୦୧୬, ଜୁଲାଇ ୮ରେ କନ୍ଧମାଳ ଗୁମୁଡୁମାହାରେ ଏସ୍‌ଓଜି ଯବାନମାନେ ମାଓ ଅପରେସନ୍‌ରେ ବାହାରିଥିବା ବେଳେ ସେହି  ସମୟରେ ବାଲିଗୁଡ଼ାରୁ ଟଙ୍କା ଉଠାଇ ଅଟୋରେ ଫେରୁଥିବା କିଛି ଆଦିବାସୀଙ୍କ ଉପରେ ମାଓବାଦୀ ସନ୍ଦେହରେ ଗୁଳି ଚାଳନା କରିଥିଲେ  । ଏଥିରେ ଜଣେ ଶିଶୁ ସମେତ ୫ ଜଣ ଆଦିବାସୀ ପ୍ରାଣ ହରାଇଥିଲେ ।

Share

Leave a Reply

Your email address will not be published. Required fields are marked *

two × 3 =