ନୟାପଲ୍ଲୀରୁ ଏୟାରପୋର୍ଟକୁ ଗ୍ରୀନ କରିଡର

ଭୁବନେଶ୍ୱର()  ଭୁବନେଶ୍ୱରରୁ ହାଇଦ୍ରାବାଦ୍ ଯିବେ କରୋନା ରୋଗୀ । କରୋନାରୁ ସୁସ୍ଥ ହେବା ପରେ ତାଙ୍କର ଫୁସଫୁସରେ ସମସ୍ୟା ଥିବା ଜଣାପଡିଥିଲା । ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର କୃତିମ୍ ଫୁସଫୁସ୍ ରୋପଣ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଉଛି । ଏଥିପାଇଁ ଏୟାର ଆମ୍ୱୁଲାନ୍ସର ବ୍ୟବହାର କରାଯିବ ।

ରୋଗୀଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବା ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ନୟାପଲ୍ଲୀରୁ ସମ୍ପୃକ୍ତ ରୋଗୀଙ୍କୁ ୭-୮ ମିନିଟ ମଧ୍ୟରେ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି ।  ତେବେ ରୋଗୀ ଜଣକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅଭୟ ଜେନା ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଗୁରୁତର ଅବସ୍ଥାରେ ରହିଥିବା ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ବିନା ଟ୍ରାଫିକରେ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇଥାଏ ।

 

 

Share

Leave a Reply

Your email address will not be published. Required fields are marked *

5 × two =