କଳ୍ପନାଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ

ଭୁବନେଶ୍ବର()   ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଉଦ୍ଧାର କାର୍ୟ୍ୟ ଅଭିଯାନରେ ବାହାରିଛନ୍ତି । ଆଜି ସକାଳୁ ପାର୍ଥିବ ଶରୀର ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆଜି ତିନି ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିଛନ୍ତି । ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ ପ୍ରଦୀପ ଦାଶଙ୍କ ସମେତ ତିନି ଜଣିଆ ଟିମ୍ ଦିଲ୍ଲୀ ଯାଇ ସେଠାରୁ କାଠମାଣ୍ଡୁ ଯିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × 5 =