ସରକାରୀ କର୍ମଚାରୀଙ୍କ କଳା ବ୍ୟାଚ୍ ପରିଧାନ ଷଷ୍ଠ ଦିନରେ ପହଞ୍ଚିଲା

ଭୁବନେଶ୍ବର () ଅଧିକରୁ ଅଧିକ ତୀବ୍ର ହୋଇଛି ସରକାରୀ ଆଉଟ୍ସୋର୍ସିଙ୍ଗ୍ ଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ । ଷଷ୍ଠ ଦିନରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିଛନ୍ତି ଓଡ଼ିଶାର ୩୦ଗୋଟି ଜିଲ୍ଲାର ବ୍ଲକ୍ ଠାରୁ ଜିଲ୍ଲା ମୁଖ୍ୟଦପ୍ତର ପର୍ଯ୍ୟନ୍ତ ୨ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଆଉଟ୍ସୋର୍ସିଙ୍ଗ୍ ଓ ଠିକା କର୍ମଚାରୀ । ଆଉଟ୍ସୋର୍ସିଙ୍ଗ୍ ଓ ଠିକା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଓଡ଼ିଶା କର୍ମଚାରୀ ମହାମଞ୍ଚର ଆବାହକ ତଥା ରାଜ୍ୟ କର୍ମଚାରୀମାନଙ୍କର ଲଢ଼ୁଆ ନେତା ପ୍ରଭାତ ମହାନ୍ତିଙ୍କ ନେତୃତ୍ବରେ ସାରା ରାଜ୍ୟରେ ଜାରି ରହିଛି ସରକାରୀ କର୍ମଚାରୀଙ୍କ କଳାବ୍ୟାଜ୍ ପିନ୍ଧି ଆନ୍ଦୋଳନ ।

ରାଜ୍ୟର ବିଭିନ୍ନ ଜାଗାରେ ଉକ୍ତ କର୍ମଚାରୀମାନେ ନୀରବ ପ୍ରତିବାଦ ଓ ସେମାନଙ୍କର ଅସନ୍ତୋଷ ଜାହିର କରୁଛନ୍ତି ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଉପରେ ଅବଗତ କରାଉଛନ୍ତି  । ଆସନ୍ତା ୮ ତାରିଖ ଯାଏଁ ପ୍ରତଦିନ କଳାବ୍ୟାଜ୍ ପିନ୍ଧି କାମ କରିବେ ଆଉଟ୍ସୋର୍ସିଙ୍ଗ୍ ଓ ଠିକା କର୍ମଚାରୀ । ପୂର୍ବରୁ ଅନେକଥର ପ୍ରତିଶ୍ରୁତି ଦେଇବି ସରକାର ଆଉଟ୍ସୋର୍ସିଙ୍ଗ୍ ବା ଠିକା ବ୍ୟବସ୍ଥା ଉଚ୍ଛେଦ ଲାଗି କୌଣସି ପଦକ୍ଷେପ ନ ନେବାରୁ ମଞ୍ଚ ଏହାକୁ ଦୃଢ ଭାବରେ ବିରୋଧ କରିଛି  । ବିଭିନ୍ନ ସମୟରେ ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ମଧ୍ୟ ସମାନ କାମକୁ ସମାନ ଦରମା ନେଇ ରାୟ ଦେଇଛନ୍ତି ଏବଂ ଏହାକୁ ବିଭିନ୍ନ ରାଜ୍ୟ ପାଳନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁନାହାନ୍ତି ।

ଏକା ବା ତତୋଧିକ କାମ କରୁଥିଲେ ବି ଉପରୋକ୍ତ କର୍ମଚାରୀଙ୍କୁ ଯଥେଷ୍ଟ କମ୍ ଦରମା ଦିଆଯାଉଛି  । ଏପରିକି ଜଣେ ସାଧାରଣ ମଜୁରିଆଠାରୁ ମଧ୍ୟ କମ୍ ଦରମାରେ ଏମାନେ କାର୍ଯ୍ୟ କରୁଛନ୍ତି  । ସପ୍ତମ ବେତନ କମିଶନ ସୁପାରିସ ପରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ଉପରେ ଆଉ ଠିକା ବ୍ୟବସ୍ଥା ଲଦିଦେବାର କୌଣସି ଯଥାର୍ଥତା ନାହିଁ  । ଏହାର ଯୁକ୍ତିଯୁକ୍ତ ଦିଗ ସମ୍ପର୍କରେ ବାରମ୍ବାର ଅନୁରୋଧ କଲେ ମଧ୍ୟ ସରକାର ଏହାକୁ ସ୍ବୀକାର କରୁଛନ୍ତି ମାତ୍ର କାର୍ଯ୍ୟକାରୀ କରୁନାହାନ୍ତି । ଅର୍ଥସଚିବ ଗତ ତା ୨୦୧୮ ମାର୍ଚ୍ଚ 18 ତାରିଖରେ ଉଚ୍ଚକ୍ଷମତାସମ୍ପନ୍ନ କମିଟି ସହିତ ପ୍ରତିନିଧିମାନଙ୍କର ଆଲୋଚନା କରିବାର ପ୍ରତିଶୃତି ଦେଇ ମଧ୍ୟ ଚୁପଚାପ ବସିଛନ୍ତି  ।

କଳାବ୍ୟାଜ୍ ଆନ୍ଦୋଳନ ପରେ ବି ସରକାର ଯଦି ଦାବି ପୂରଣ ନ କଲେ ୨୦୧୮ ଜୁନ 25 ତାରିଖରୁ 26 ତାରିଖରେ ସ୍ଥାନୀୟ ଲୋୟର ପିଏମଜି ଠାରେ ଅନିର୍ଦ୍ଧିଷ୍ଟକାଳ ଅହୋରାତ୍ର ଗଣଧାରଣା ଏବଂ ଅର୍ଥ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ବାସଭବନରେ ଦାବୀପତ୍ର ଦେବା ସହ ଆସନ୍ତା ତା ୨୭.୦୬.୨୦୧୮ରିଖରେ ଏକମାତ୍ର ଭରଷା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ‘ନବୀନ ନିବାସ ଚାଲ’ କାର୍ଯ୍ୟକ୍ରମ କରାଯିବ  । ରାଜ୍ୟ ପ୍ରଶାସନ କିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ଆଭିମୁଖ୍ୟକୁ ଲୋକହସା କରାଇବାର ଷଡ଼ଯନ୍ତ୍ର କରୁଛନ୍ତି ତାହା ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀକୁ ସୂଚାଇ ନ୍ୟାୟ ମଗାଯିବ  ।

ଆଜିର ଏହି ପ୍ରତିବାଦ ସଭାରେ ମହାମଞ୍ôଚର ଆବାହକ ଶ୍ରୀ ପ୍ରଭାତ ମହାନ୍ତି ଓ ମଧୁ ମଲ୍ଲିକ ଙ୍କ ସମେତ ରାଜ୍ୟ ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରୁଥିବା ଏହି ବର୍ଗର ବିଭିନ୍ନ ଶହ ଶହ କର୍ମଚାରୀମାନେ ଯୋଗ ଦେଇ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ମିହିର ନାରାୟଣ ଜେନା,ତାପସ କୁମାର ମିଶ୍ର, ସତ୍ୟବ୍ରତ ବାରିକ, ପ୍ରକାଶ ଚନ୍ଦ୍ର ବେଦାନ୍ତ, ସଚିତ୍ର କୁମାର ଦାସ, ହେମନ୍ତ ବସ୍ତିଆ, ସମରେନ୍ଦ୍ର ପ୍ରଧାନ, ଦେବ ସାହୁ, ପ୍ରତାପ କୁମାର ନାଥ, ରାଜିବ କୁମାର ହାତି, ଶୁଭ୍ରଜିତ୍ତତ୍ତ ପଢିଆରୀ, ରଶ୍ମୀରଞ୍ଜନ ପାଢ଼ି, ଅରୁନ୍ଧତୀ ମିଶ୍ର, ପ୍ରଗତି ବେହେରା, ସ୍ନିଗ୍ଧା ମହାନ୍ତି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ  ।

Share

Leave a Reply

Your email address will not be published. Required fields are marked *

nineteen − 16 =