୫-ଟି ଯୋଜନା ଶାସନ କଳକୁ କି୍ରୟାଶୀଳ କରିଛି: ରାଜ୍ୟପାଳ

ଭୁବନେଶ୍ୱର() ରାଜ୍ୟ ବିଧାନସଭାର ବଜେଟ ଅଧିବେଶନକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ଓଡିଶାକୁ ଅଧିକ ଶୀର୍ଷ ସ୍ଥାନରେ ପହଂଚାଇବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫-ଟି ଯୋଜନା ଶାସନ କଳକୁ କି୍ରୟାଶୀଳ କରିପାରିଛି । ‘ ମୋ ସରକାର’ ଯୋଜନାରେ ଜନସାଧାରଣକୁ କେନ୍ଦ୍ର ବିନ୍ଦୁରେ ରଖାଯାଇ ଓଡିଶାର ବିକାଶ ତ୍ୱରାନ୍ୱିତ କରାଯାଇଛି ।

ରାଜ୍ୟପାଳ କହିଛନ୍ତି ଯେ, ଏକ ବିକଶିତ ସମର୍ଥ ଓଡିଶା ଗଠନ ଦିଗରେ ଲକ୍ଷ୍ୟ ରଖି ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରୀ ଶ୍ରୀମନ୍ଦିର ଉନ୍ନତିର ଭିତ୍ତିଭୂମି ଆହୁରି ସୃଦୃଢ କରିବା ସହିତ ଶ୍ରୀ ଲିଙ୍ଗରାଜଙ୍କ କ୍ଷେତ୍ରର ବିକାଶ ଦିଗରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କୃଷି ଓ କୃଷକର ବିକାଶ ପାଇଁ ‘କାଳିଆ’ ଯୋଜନା ଛାତ୍ରମାନଙ୍କ ପାଇଁ କାଳିଆ ଛାତ୍ରବୃତି ଯୋଜନା କାର୍ଯ୍ୟକାରୀ କରାଯାଉଛି । କୃଷି ଛପôାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରଖାଯାଇଛି ।

ଶିକ୍ଷା,ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବହୁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । କଟକ ବଡ ଡାକ୍ତରଖାନାକୁ ବିଶ୍ୱସ୍ତରୀୟ କରିବା, ମାଗଣା ଔଷଧ ଓ ଉନ୍ନତ ଚିକିତ୍ସା ବ୍ୟବସ୍ଥା ହାତକୁ ନିଆଯାଇଛି । ବେକାର ସମସ୍ୟାର ସମାଧାନ କରିବା ପାଇଁ ଏମଏସଏମଇ ଜରିଆରେ ନୂତନ ନିଯୁକ୍ତି ସୃଷ୍ଟି କରାଯାଇଛି । ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ମାଗଣା ୫ କିଲୋ ଚାଉଳ ଯୋଗାଇ ଦିଆଯାଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ।

ଛାତ୍ରଛାତ୍ରୀଙ୍କ ମାଗଣା ୟୁନିଫର୍ମ ଯୋଗାଇ ଦିଆଯାଉଛି । ରାଜ୍ୟ ସରକାର ପବ୍ଲିକ ପ୍ରାଇଭେଟ ନିଦେ୍ର୍ଧଶାଳୟ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ରାସ୍ତାଘାଟର ଉନ୍ନତି , ଜଳସେଚନ ସୁବିଧା ଆଦି କ୍ଷେତ୍ରରେ ବହୁ ପଦକ୍ଷେପ ନିଆଯିବା ସହ ଓଡିଶାକୁ ଏକ ଶ୍ରେÂ ରାଜ୍ୟ କରିବାକୁ ସରକାର ତାଙ୍କର ପ୍ରୟାସ ଜାରି ରଖିଛନ୍ତି ବୋଲି ରାଜ୍ୟ ତାଙ୍କ ଅଭିବାଦନରେ କହିଥିଲେ ।

ପ୍ରାରମ୍ଭରେ ରାଜ୍ୟପାଳ ଦିବଂଗତ ବିଧାୟକ, ସହିଦଙ୍କୁ ଶ୍ରଦ୍ଧାଂଜଳି ଜଣା

Share

Leave a Reply

Your email address will not be published. Required fields are marked *

5 − one =