ବହିସ୍କୃତ ହେଲେ ଗୋପାଳପୁର ବିଧାୟକ, ଜନ ବିରୋଧୀ କାର୍ଯ୍ୟ ଅଭିଯୋଗ

ଭୁବନେଶ୍ବର () ବିଜେଡିରୁ ବହିସ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ କରାଯାଇଛି । ଗିରଫ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିରେ ସହଯୋଗ କରିଥିବା ଅଭିଯୋଗରେ ପ୍ରଦୀପଙ୍କୁ ବହିଷ୍କାର କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।  ଆଲୋଚନା ହେଉଛି ସେ ମଧ୍ୟ ଖୁବଶୀଘ୍ର ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହେବେ । ଜନ ବିରୋଧୀ କାର୍ଯ୍ୟ ପାଇଁ କୌଣସି ରାଜନେତା ଦଳରୁ ବହିସ୍କୃତ ହେବା ଦେଶର ରାଜନୈତିକ ଇତିହାସରେ ପ୍ରଥମ । 

ଗରିଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ସମ୍ପର୍କରେ ଧିରେ ଧିରେ ଖୋଲିଛୁ ଗୁମର । ଟାଟା ଗ୍ରୁପ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଦାଏର ହୋଇଥିବା ଅଭିଯୋଗରେ ରହିଛି ସାଂଘାତିକ ତଥ୍ୟ । ତାଙ୍କ ଜାଲିଆତି କଥା ଶୁଣିଲେ ଆଖିରୁ ପଡିବନି ପଲକ । ସବୁଠାରୁ ସମ୍ବେଦନଶୀଳ କଥା ହେଲା ଆକାଶଙ୍କୁ ମିଳୁଥିଲା ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ ।

ତାଙ୍କର ଭାବି ଜାମାତା ହେଲେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୁହେଁ ଏବେ ଭୁବନେଶ୍ୱରର ଝାରପଡ଼ା ଜେଲରେ ଥିବା ବେଳେ କଳାକାରନାମା ସମ୍ପର୍କିତ ଦସ୍ତାବିଜ ଏବେ ଭାଇରାଲ ହେଉଛି । ଏଥିରେ ଗୋପାଳପୁର ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସର୍ବସ୍ୱାନ୍ତ ହେବାର କରୁଣ କାହାଣୀ । ଆକାଶ ପାଠକ ନିଜକୁ ଟାଟା ପାସେଞ୍ଜର ଡିଭିଜନର ଏମଡି ବୋଲି ମିଛ ପ୍ରଚାର କରୁଥିଲେ । ଆଉ ଟାଟା କଂପାନୀରେ ଚାକିର କରାଇ ଦେବାକୁ କହି, ମିଛ ଆପଏଣ୍ଟମେଣ୍ଟ ଲେଟର ଦେଇ ଲୁଟିଥିଲେ ଗୋପାଳପୁର ଟାଟା ପ୍ରକଳ୍ପ ଅଞ୍ଚଳର ନୀରିହ ଓ ବାସଚ୍ୟୁତ ଲୋକଙ୍କୁ । ଏହି ଲୋକମାନେ କ୍ଷତିପୂରଣ ଆକାରରେ ପାଇଥିବା ଟଙ୍କା ଉତ୍କୋଚ ଆକାରରେ ଦେଇଦେଇଥିଲେ ଆକାଶଙ୍କୁ । ଆଶା ଥିଲା, ଚାକିରି ଖଣ୍ଡେ ମିଳିଲେ ଜୀବନ ଜୀବୀକା ଚଳିବ । ଟଙ୍କା ଗଲା କିନ୍ତୁ ଚାକିରି ମିଳିନାଲି।

ଚାକିରି ନପାଇବାରୁ ଏହି ଲୋକମାନେ ଆଇନର ଆଶ୍ରୟ ନେବାକୁ ଉଦ୍ୟମ କରିଛନ୍ତି । ହେଲେ, ବିଡମ୍ବନାର ବିଷୟ ହେଲା ଗୋପାଳପୁରର ପ୍ରଭାବଶାଳୀ ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କର ଭାବି ଜାମାତା ହୋଇଥିବାରୁ ଆକାଶଙ୍କ ବିରୋଧରେ ହେଉନଥିଲା ମାମଲା । ଆକାଶଙ୍କ ଟଙ୍କା ଲୁଟି ଘଟଣାରେ ପରୋକ୍ଷରେ ସେ ବି ସହାୟତା କରିଥିବା ଆଲୋଚନା ହେଉଛି । ଆକାଶ ଯେ, ଟାଟା କଂପାନୀରେ କୌଣସି

ଚାକିରି କରନ୍ତି ନାହିଁ ଏ ନେଇ ଖୋଦ୍ ଟାଟା କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଆକାଶ ଟାଟା ଗ୍ରୁପର ଫେକ୍ ଲେଟର ହେଡ୍ ଓ ମିଛ ଫଏଲ୍ ନମ୍ବର, ତାରିଫ ବ୍ୟବହାର କରି ୬୮ ଜଣଙ୍କୁ ଅଫର ଲେଟର ଦେଇଛନ୍ତି । ୨୦୨୦ ଏପ୍ରିଲ 1 ତାରିଖରୁ 15 ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଦିଆଯାଇଛି ଅଫର ଲେଟର । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଅଫର ଲେଟର ଦିଆଯାଇଛି ଯାହାଙ୍କ ଘର ହେଉଛି ଗଞ୍ଜାମ ବ୍ରହ୍ମପୁର ବାଦପୁରର ସୁନ୍ଧିଗାଁରେ । ଏହି ଅଞ୍ଚଳରେ ରହିଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଘର । ଡିସେମ୍ବର ୧୫ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶଙ୍କର ବାହାଘର ଭୋଜି ହୋଇଥାନ୍ତା । ସେଥିପାଇଁ ବିଧାୟକ ଜଣଙ୍କ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । 

Share

Leave a Reply

Your email address will not be published. Required fields are marked *

5 × 4 =