ବହାସ୍ଫୋଟ ମାରୁଥିଲେ, ବନ୍ଧା ହେଲେ ପ୍ରଦୀପ

ଭୁବନେଶ୍ୱର: ବାହାସ୍ଫୋଟ ମାରୁଥିଲେ, ହେଲେ ଶେଷରେ ଜାଲିିିଆତି ଅଭିଯୋଗରେ ବନ୍ଧାହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଜେରା ପରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ କରୁଥିଲେ । ଏହି ମାମଲାରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ୨ ଦିନ ଧରି ତନାଘନା କରୁଥିଲା । ଆଜି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚର ସାଇବର ସେଲ୍ ପ୍ରଦୀପଙ୍କୁ ଜେରା ଲାଗି ବାସଭବନରୁ ସାଇବର ଥାନାକୁ ନେଇଥିଲା । ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ଗିରଫ କରିଛି । 

ଗିରଫ ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦(ବି) ଲାଗିଛି । ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି ପ୍ରଦୀପଙ୍କ ବିରୋଧରେ । ବେନାମୀ ଅର୍ଥ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆକାଶ ପାଠକଙ୍କ କାରବାରରେ ପ୍ରଦୀପଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ଟାଟା ମୋଟର୍ସରେ ଚାକିରି ଲୋଭ ଦେଖାଇ ଭାବି ଜ୍ୱାଇଁଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଥିଲା ।

ପ୍ରଦୀପ ପାଣିଗ୍ରାହୀ ଅପରାଧିକ ଷଡ଼ଯନ୍ତ୍ର, ଠକେଇରେ ସାମିଲ ଥିବା ନେଇ ଅଭିଯୋଗ ରହିଛି । ଟାଟା ମୋଟର୍ସରେ ଚାକିରି କରାଇବା ନାଁରେ ଠକେଇ ମାମଲା ସାଇବର ଅପରାଧ ଅଟେ । ଏହି  ମାମଲାରେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହୋଇପାରେ । ପୂର୍ବରୁ ଏହି ମାମଲାରେ ଭାବି ଜ୍ୱାଇଁ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଏବେ ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କୁ ବାନ୍ଧିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆକାଶଙ୍କ ବାପା ଅଭୟକାନ୍ତ ପାଠକଙ୍କୁ ମଧ୍ୟ ପୂର୍ବରୁ ଗିରଫ କରିଛି । ଏବେ SIT ଗିରଫ ବାପ-ପୁଅଙ୍କୁ ରିମାଣ୍ଡରେ ନେଇ ଜେରା କରୁଛି ।

Share

Leave a Reply

Your email address will not be published. Required fields are marked *

3 × one =