ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁପୂଜନ ଉତ୍ସବ ପାଳିତ

ଉଦଳା: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା । ଗାଁଠୁ ସହର ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଏହି ଗୁରୁ ପୂଜନ ଉତ୍ସବ ପାଳିତ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ପୂର୍ତ୍ତ ବିଭାଗ ବଙ୍ଗଳାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗୁରୁପୂଜନ କମିଟିର ସଭାପତି ବସନ୍ତ ପରିଡା, ପ୍ରମିଳା ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ଦିଲୀପ ଜେନା, ଶ୍ରୀମକ୍ଷନ୍ତ ତ୍ରିପାଠୀ, ସମୀର ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ବାଛିନି, ଯୁବ ସାମ୍ବାଦିକ ଦୀପକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କରୋନା କଟକଣାକୁ ମାନି ଏହି ଗୁରୁ ପୂଜନ ଉତ୍ସବ ପାଳିତ ହୋଇଛି । ଗୁରୁଙ୍କୁ ପୂଜା କରାଯିବା ସହ ପୁଷ୍ପ ଓ ପ୍ରଦୀପ ପ୍ରଜୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉଦଳା ବିଧାୟକ ହେବା ଦିନଠାରୁ ଏହି କାର୍ଯ୍ୟକ୍ରମରେ ପ୍ରତି ବର୍ଷ ଯୋଗ ଦେଇ ଆସୁଛନ୍ତି ଗୋଲକ । ତେବେ ଏହା ଆଗାମି ବର୍ଷ ଗୁଡିକରେ ମଧ୍ୟ ପାଳନ କରାଯିବ ବୋଲି ସେ କହିଛନ୍ତି । ଯାହାକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଂଶସା କରାଯାଇଛି ।

Share

Leave a Reply

Your email address will not be published. Required fields are marked *

thirteen − thirteen =