କାର ଭିତରେ ମମିତାଙ୍କୁ ମାରିଛି ଗୋବିନ୍ଦ: ଡିଆଇଜି

ବଲାଙ୍ଗୀର: କଳାହାଣ୍ଡିସ୍ଥିତ ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଏବଂ ହତ୍ୟା ଘଟଣାର ବଡ଼ ଖୁଲାସା ହୋଇଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ସେହି ସ୍କୁଲର ସଭାପତି ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର। କାର୍ ଭିତରେ ଗୋବିନ୍ଦ ଏହି ହତ୍ୟାକାଣ୍ଡ ଭିଆଇଥିବା ବୁଧବାର ସାମ୍ଵାଦିକ ସମ୍ମିଳନୀରେ ଡିଆଇଜି କହିଛନ୍ତି।

ଡିଆଜିଙ୍କ ସୂଚନା ଅନୁସାରେ, ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ ପରିଚାଳନା କମିଟିର ସଭାପତି ଗୋବିନ୍ଦ ସାହୁଙ୍କ ପରକ୍ରୀୟା ପ୍ରୀତି ରହିଥିଲା। ଏ ବିଷୟରେ ସେହି ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଜାଣିବାକୁ ପାଇଥିଲେ। ଏହାପରେ ଏ ଘଟଣା ବାବଦରେ ସେ ସମସ୍ତଙ୍କୁ କହିଦେବେ ବୋଲି ଗୋବିନ୍ଦଙ୍କୁ କହିଥିଲେ। ତେଣୁ ମମିତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚିନ୍ତା କରିଥିଲେ ଗୋବିନ୍ଦ। ଏହାପରେ ସେ ଗତ ଅକ୍ଟୋବର ୮ ତାରିଖରେ ମମିତାଙ୍କୁ ସ୍କୁଲ ଡକାଇଥିଲେ। ନିଜ କାର୍ରେ ମମିତାଙ୍କୁ ନେଇ ଭବାନୀପାଟଣାରୁ ତାଙ୍କ ପାଇଁ କିଛି ସପିଂ କରାଇଥିଲେ। ଏହାରି ମଧ୍ୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତା’ ପରେ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିଲେ।

Share

Leave a Reply

Your email address will not be published. Required fields are marked *

2 + fourteen =