ଗୋବର୍ଦ୍ଧନ ମଠକୁ ଦେବୋତ୍ତର ଆଇନ ପରିସରରୁ ବାଦ ଦିଆଗଲା

ଭୁବନେଶ୍ବର () ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ଗୁଡିକ କ୍ଷେତ୍ରରେ ପୁରୀର ଗୋବର୍ଦ୍ଧନ ମଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଗ୍ରଣୀ ଓ ମୁଖ୍ୟ ଭୁମିକା ରହିଛି ।  ଏହି ଦୃଷ୍ଟିରୁ ଏବଂ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ବାରା ଅନୁମୋଦିତ ହୋଇ ଗୋବର୍ଦ୍ଧନ ମଠ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରାପ୍ତ ଅନୁରୋଧକୁ ବିଚାର କରି ଓଡିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, 1951କୁ ସଂଶୋଧନ କରିବାକୁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ଏହି ଅଧିନିୟମର ପରିସର ମଧ୍ୟରୁ ଗୋବର୍ଦ୍ଧନ ମଠକୁ ବାଦ ଦିଆଯାଇ ଉକ୍ତ ମଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ହେବ । ଉକ୍ତ ସଂଶୋଧନ ହେବା ପରି ପବିତ୍ର ଅନୁଷ୍ଠାନର ଧାର୍ମିକ ଅଗ୍ରଗଣ୍ୟତା ଓ ଗୁରୁତ୍ବ ବଜାୟ ରହିବ । ଦେଶର ଅନ୍ୟ ତିନୋଟି ଶଙ୍କରାଚାର୍ଯ୍ୟ ମଠ ମଧ୍ୟ ଦେବୋତ୍ତର ଅଧିନିୟମର ପରିସରରେ ନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 17 =