ଶୁକ୍ରବାର ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ବ୍ରହ୍ମପୁର () ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାପାଳ ଆସନ୍ତାକାଲି ଶୁକ୍ରବାର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ତେବେ ଶିକ୍ଷକମାନେ ଛୁଟି ନନେଇ ସମ୍ଭବ୍ୟ ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ଦେବାକୁ ନିର୍ଦେଶ ଦିଆଯାଇଛି ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସବୁ ପ୍ରଧାନ ଶିଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କ୍ଳାସ ଛୁଟି କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ।

ଆଂଚଳିକ ପାଣିପାଗ ବିଭାଗ ଗଞ୍ଜାମ ଜିଲ୍ଲା ପାଇଁ ରେଡ଼ ଆଲର୍ଟ ଜାରି କରିବା ପରେ ଏହି ନିଷ୍ପତି ନିଆଯାଇଛି । ଗଂଜାମ ସମେତ 4ଟି ଜିଲ୍ଲାକୁ ରେଡ଼ ଆଲର୍ଟ ହୋଇଛି।  ଲଘୁଚାପ ପ୍ରଭାବରେ ଗଞ୍ଜାମରେ ବାଦଲ ଫଟା ବର୍ଷା ହେବାର ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

one × 2 =