ବେଆଇନ ଗୁଟଖା କାରଖାନା ଚଳାଉଥିବା ଦୁଇ ଭାଇ ଗିରଫ

ଗଞ୍ଜାମ: କଲି ଗୁଟଖା କାରଖାନା ଉପରେ ପୋଲିସର ଅତର୍କିତ ଚଢାଉ । ଦୀର୍ଘଦିନ ଧରି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଟି. ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ନୂଆଗାଁରେ ବେଆଇନ ଭାବେ ଚାଲିଥିଲା ନକଲି ଗୁଟଖା କାରଖାନା । ତେବେ ଏହି ଚଢାଉ ସମୟରେ ଗୁଟଖା ପ୍ରସ୍ତୁତି ନିମନ୍ତେ ବ୍ୟବହୃତ କଞ୍ଚାମାଲ ଉପକରଣ ସହ ୩ ଟି ବଡ଼ ଗୁଟଖା ମେସିନ ଜବତ କରାଯାଇଛି ।

ଲକଡାଉନରେ ବେଆଇନ ଭାବେ ଦୁଇ ଭାଇ ମିଶି ଚଳାଇଥିଲେ ଗୁଟଖା କାରଖାନା । ମାଡ଼ି ବସିଲା ପୋଲିସ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦଶେଇପୁର ଗାଁରେ ଚାଲିଥିଲା ଏହି ଗୁଟଖା କାରଖାନା । ସାନଖେମୁଣ୍ଡି ପୋଡ଼ାମାରୀ ଗ୍ରାମର ରମେଶ ପ୍ରଧାନଙ୍କ ଦୁଇ ପୁଅ ରିଙ୍କୁ ଓ ପିଙ୍କୁ ଏହି କାରଖାନା ଚଳାଉଥିଲେ । ସେମାନଙ୍କୁ ପୋଲିସ ଗିରଫ କରିବା ସହ ଗୁଟଟା ତିଆରି ନିମନ୍ତେ କଞ୍ଚାମାଲ ଓ ମେସିନ ଜବତ କରିଛି ।

ପାଟପୁର ଥାନା ଅଧିକାରୀ ସବ୍ୟସଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଅବସରରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଶ୍ରୀ ମଲ୍ଲ ଏବଂ କର୍ମଚାରୀ ମାନେ ଗୁଟଖା ସାମଗ୍ରୀ ଓ ପୁଡ଼ିଆ ମେସିନ ଜବତ କରି ୪ଟି ପିକଆପ ଭ୍ୟାନ୍ ସାହାଯ୍ୟରେ ଲୋଡ କରି ଥାନାକୁ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

5 + 2 =