ଗ୍ରାଉଣ୍ଡ ଜିରୋରେ ଗଂଜାମ ଜିଲ୍ଲା ପ୍ରଶାସନ

ଭୁବନେଶ୍ବର () ଗଂଜାମ ଜିଲ୍ଲାରେ ପ୍ରଶାସନକୁ ଲୋକଙ୍କ ପାଖରେ ପହଁଚାଇବା ଦିଗରେ ଏକ ଅଧ୍ୟାୟ ସୃଷ୍ଟି ହୋଇଛି । ଜିଲ୍ଲାପାଳ ନିଜେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟକାରିତ ନେଇ ଆଲୋଚନା କରୁଥିବାରୁ ତଳ ସ୍ତରର ଅଫିସରମାନେ ବି ତାଙ୍କ ଦ୍ବାରା ଅନୁପ୍ରାଣିତ ହେଉଛନ୍ତି । ଏବେ ଜିଲ୍ଲା ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ତୃଣମୂଳ ସ୍ତରରେ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଛି ।

ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର ଗଂଜାମ ଜିଲ୍ଲା ପ୍ରଶାସନକୁ ନୂଆ ତେଜ ବା ବଳ ଦେଇଛି । ସେମାନେ ଏବେ ଲୋକଙ୍କ ବିକାଶକୁ ନିଜର ଚ୍ୟାଲେଂଜ ଭାବେ ଗ୍ରହଣ କରିଚନ୍ତି । ଗଂଜାମ ଜିଲ୍ଲାପାଳ ନିୟମିତ ବ୍ୟବଧାନରେ ଲୋକଙ୍କ ପାଖରେ ପହଁଚି ସେମାନଙ୍କ ସମସ୍ୟା ଶୁଣୁଥିବା ବେଳେ ନିକଟରେ ତୃଣମୂଳ ସ୍ତରରେ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ଏକ ଅଭିନବ କୌଶଳ ଆପଣେଇଛନ୍ତି ।

ମଙ୍ଗଳବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳିକାଟୁ ବ୍ଲକର ଏକ ଉପନ୍ତ ଗାଁରେ ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ଅଫିସରଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସ୍କୁଲରେ ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ମହିଳା ଛାତ୍ରୀନିବାସ ସଂପର୍କରେ ପଚାରି ବୁଝିତିଲେ । ସେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଲ ପାଠପଢିବାକୁ ଉତ୍ସାହ ଓ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ସେ ସେମାନଙ୍କୁ ଟେକ୍ନୋଲୋଜିର ସକରାତ୍ମକ ବ୍ୟବହାର ସମ୍ପର୍କରେ କିଛି ମହତ୍ବପୂର୍ଣ୍ଣ କଥା କହିଥିଲେ । କିଭଳି ଭାବେ ୟୁଟ୍ୟୁବର ବ୍ୟବହାର ଦ୍ବାରା ଶିକ୍ଷା କ୍ଷେତ୍ରରେ ଥିବା ସେମାନଙ୍କ ସନ୍ଦେହ ଦୂର ହୋଇପାରିବ ସେନେଇ ସେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହାଦ୍ବାରା ଛାତ୍ରଛାତ୍ରୀମାନେ ସିବିଏସଇ ପରୀକ୍ଷାରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ । ଛାତ୍ରଛାତ୍ରୀମାନେ ମଧ୍ୟ ଜିଲ୍ଲାପାଳଙ୍କ ଦ୍ବାରା ଶିକ୍ଷା ଗ୍ରହଣ କରି ବେଶ ଉତ୍ସାହିତ ହୋଇପଡିଥିବା ବେଳେ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ମୁଖ୍ୟଙ୍କ ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ଜିଲ୍ଲାପାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ମଧ୍ୟ ଛାତ୍ରୀନିବାସର କାର୍ଯ୍ୟ ଶିଘ୍ର ଶେଷ ହେବା ନେଇ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ସ୍କୁଲ ଅଧିକାରୀଙ୍କୁ ତୁରନ୍ତ ସେମାନଙ୍କ ସମସ୍ୟା ସଂପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ହିଂଜିଳିକାଟୁର ବୃନ୍ଦାବନ ବିଦ୍ୟାପୀଠରେ କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଯୋଗଦେଇଥିଲେ ।

ସେହିଭଳି ବାରାହି ପର୍ବତର ଉପରକୁ ଚାଲିଚାଲି ଯାଇ ସେଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ସୂର୍ଯ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ସେ ନିର୍ମାଣ ଶ୍ରମିକଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଜଣେ ସାଧାରଣ ବ୍ୟକ୍ତି ଭାବେ ନିର୍ମାଣ ଶ୍ରମିକଙ୍କ ଗଣରେ ବସି ସେମାନଙ୍କ ସହ କଥା ହୋଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Share

Leave a Reply

Your email address will not be published. Required fields are marked *

one × three =