କରୋନା ଲାଗି ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ

ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମରୁ କୌଣସି ଲୋକ ଭୁବନେଶ୍ୱର ଯାଇପାରିବେ ନାହିଁ । ଭୁବନେଶ୍ୱରରୁ କୌଣସି ଲୋକ ଗଂଜାମ ଯାଇପାରିବେ ନାହିଁ । ଏନେଇ ସହଯୋଗ କରିବା ପାଇଁ ଟ୍ଵିଟ କରି ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗ । ସେପଟେ ସାଧାରଣ ରୋଗୀଙ୍କ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ବା ଏମ୍କେସିଜିର ଓପିଡ଼ିକୁ ବନ୍ଦ କରାଯାଇଛି । ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଏମ୍‌କେସିଜିର ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସବୁ ପ୍ରବେଶ ପଥ ବନ୍ଦ ରହିବ ।

ମେଡିକାଲର ମୁଖ୍ୟ ପ୍ରବେଶ ପଥରେ ପୋଲିସ ମୁତୟନ କରାଯିବ । କେବଳ ହସ୍ପିଟାଲ କର୍ମଚାରୀ ଓ ଗୁରୁତର ରୋଗୀଙ୍କୁ ଯିବାକୁ ଅନୁମତି ମିଳିବ । ହସ୍ପିଟାଲ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen + twenty =