କୋରୋନା ମୁକାବିଲା ନେଇ ଗଞ୍ଜାମ ଉଦାହରଣ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲି ()  କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଂଜାମ ମଡେଲ ସବୁଆଡେ ପ୍ରଶଂସିତ ହେଉଛି । ଗଂଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣାଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି ।

କୋରୋନାକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇପାରେ, ତାହା ଓଡିଶାର ଗଂଜାମ ଓ ମହାରାଷ୍ଟ୍ରର ଧରାବୀରୁ ଶିଖିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । ସଂକ୍ରମଣ ରୋକିବା ପାଇଁ ଛୋଟ ଛୋଟ ଅଂଚଳ ପ୍ରତି ଧ୍ୟାନ ଦେବା ଦରକାର ବୋଲି ଗଂଜାମ ଜିଲ୍ଲା ଓ ଧରାବୀ ବସ୍ତିର ଉଦାହରଣ ଦେଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି । କୋରୋନା ସଂକ୍ରମଣ ନେଇ ୩୧୦ଟି ସହର ଉପରେ ଅଧ୍ୟୟନ କରିଥିଲା ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁୁହାଯାଇଛି ଯେ, ଗଂଜାମ ଓ ଧରାବୀରେ ହଜାର ହଜାର ଲୋକ ସଂକ୍ରମିତ ହୋଇଥିଲେ । କିନ୍ତୁ ଆଜି ଏଠାରେ ୨ ଶହରୁ ବି କମ୍ ରୋଗୀ ଅଛନ୍ତି । ଗଂଜାମ ଜିଲ୍ଲା ଓ ଧରାବୀ ବସ୍ତି ମଡେଲରୁ ଅନେକ କିଛି ଶିଖିହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କହିଛି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନରେ ଦର୍ଶାଯାଇଛି ଯେ, ଗଂଜାମ ଜିଲ୍ଲାରେ ମେ ଦୁଇ ତାରିଖରେ କୋରୋନାର ପ୍ରଥମ ମାମଲା ଆସିଥିଲା । ଅଗଷ୍ଟ ମାସରେ ରୋଗୀ ସଂଖ୍ୟା ୫୯ ପ୍ରତିଶତ ହୋଇଯାଇଥିଲା । କିନ୍ତୁ ବିଭିନ୍ନ ଉପାୟ ଦ୍ୱାରା ରୋଗୀ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିଥିଲା । ଗଂଜାମରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟର ନବୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ । ସଂକ୍ରମଣ ନିୟନ୍ତ୍ରଣ ପାଇଁ ଗଂଜାମ ସମେତ ସବୁ ଜିଲ୍ଲାରେ ସରପଂଚମାନଙ୍କୁ ଅଧିକ କ୍ଷମତା, ସବୁ ଗାଁରେ କୋଭିଡ ପରିଚାଳନା କମିଟି ଭଳି ଉଦାହରଣ ଦେଇଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ।

Share

Leave a Reply

Your email address will not be published. Required fields are marked *

seven + 5 =