ବାଇକ୍ ସହ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ କରି ପୋଲିସ ବାଇକ୍ ଚାଳକଙ୍କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସ ଅଡବା ଥାନା ଗିଲାକୁତା ଗ୍ରାମର ଆଦାମ ମାଝୀ ଓ ମୋହନା ଥାନା ଖାରିଗୁଡ଼ା ଗ୍ରାମର ସମୀର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply

Your email address will not be published. Required fields are marked *

ten + sixteen =