ଘରେ ରହି ପୂଜା କରିବାକୁ ଛାତ୍ରଛାତ୍ରୀଙ୍କୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର() ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଛାତ୍ରଛାତ୍ରୀ ଯୋଗ ଦେବେନାହିଁ । ଘରେ ରହି ଗଣେଶ ପୂଜା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସ୍କୁଲରେ କିଭଳି ପୂଜା ହେବ, ତାହା ଶିକ୍ଷକ ଶିକ୍ଷୟିତ୍ରୀ ବୁଝିବେ ବୋଲି ମନ୍ତ୍ରୀ କହିଛନ୍ତି । ଘରେ ରହି ଛାତ୍ରଛାତ୍ରୀଙ୍କୁ ପୂଜା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଗୁରୁବାର ଦିନ ଟ୍ବିନ୍ ସିଟିରେ ଗଣେଶ ପୂଜା ଉପରେ କଟକଣା ନେଇ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ । ସ୍ଥାନୀୟ ପ୍ରଶାସନ ପୂଜା ଆୟୋଜନ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୂଜା ଆୟୋଜନ ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ଜନସ୍ବାର୍ଥ ମାମଲା କରିଥିଲା । ପୂଜା ଆୟୋଜନ ନେଇ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପାଇଁ କହିଥିଲେ ହାଇକୋର୍ଟ ।

Share

Leave a Reply

Your email address will not be published. Required fields are marked *

nineteen − 18 =