ଖୋର୍ଦ୍ଧାରେ ଗଣେଶ ପୂଜା ବନ୍ଦ

ଭୁବନେଶ୍ୱର() ଏବର୍ଷ ଖୋର୍ଦ୍ଧାରେ ଗଣେଶ ପୂଜା ପାଳନ କରାଯିବ ନାହିଁ । ସହର ହେଉକି ଗାଁ କୌଣସି ସ୍ଥାନରେ ଗଣେଶ ପୂଜା ପାଳନ କରିବାକୁ ଅନୁମତି ଦିଆଯିବନାହିଁ । ଏମିତିକି ସହରାଂଚଳରେ ସରପ୍ରାଇଜ ଯାଂଚ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।

ଧିରେଧିରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ଧରି ଗଞ୍ଜାମକୁ ବି ଖୋର୍ଦ୍ଧାରେ ପଛରେ ପକାଇ ଦେଇଛି । ଫଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଅଂଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ଗଣେଶ ପୂଜା ନେଇ ଜିଲ୍ଲାପାଳ କହିଛନ୍ତିଯେ, କୌଣସି ସର୍ବସାଧାରଣ ସ୍ଥାନ ବା ଅନୁଷ୍ଠାନରେ ଗଣେଶ ପୂଜା ପାଳନକୁ ଅନୁମତି ମିଳିବ ନାହିଁ । ସହରାଂଚଳରେ ସ୍ୱତନ୍ତ୍ର ଟିମ ସରପ୍ରାଇଜ ଯାଂଚ କରିବେ । ଯିଏ ନିୟମ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଦରକାର ପଡ଼ିଲେ ସଟଡାଉନ ଭଳି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାଇ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − 13 =