ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରାସଙ୍ଗିକତା ଅଧିକ

ଭୁବନେଶ୍ବର () ଆଜିର ସମାଜରେ ସତ୍ୟ ଓ ଅହିଂସାର ପ୍ରସାଙ୍ଗିକତା ବହୁତ ଅଧିକ । ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ଗାନ୍ଧୀଜୀଙ୍କ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରାଯିବ ।

ମହାତ୍ମା ଗାନ୍ଧୀ ଥିରେ ଯୁଗ ପୁରୁଷ । ଭାରତର ଆତ୍ମର ପୁନଃଜାଗରଣ ପାଇଁ ସେ ଉଦ୍ୟମ କରିଥିଲେ । ଦେଶ ସ୍ବାଧୀନତା ତାଙ୍କର ଏକମାତ୍ର ଲକ୍ଷ୍ୟ ନଥିଲା । ବରଂ ସମାଜର ମୌଳିକ ମୂଲ୍ୟବୌଧର ବିକାଶ ଥିଲା ତାଙ୍କର ପ୍ରକୃତ ଲକ୍ଷ୍ୟ । ସେଥିପାଇଁ ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ବ ଦେଉଥିଲେ । ଆଜିର ସମାଜରେ ତାଙ୍କର ଏହି ଦୁଇଟି ମନ୍ତ୍ରର ଗୁରୁତ୍ବ ଆହୁରି ଅନେକ ବଢିଯାଇଛି । ସେଥିପାଇଁ ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସାମାଜିକ ଅନ୍ୟାୟ ଓ ଦାରିଦ୍ର୍ୟ ବିରୋଧରେ ଅହିଂସା ହେଉଛି ସବୁଠାରୁ ଶକ୍ତିଶାଳି ଅସ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସମୁଦାୟ 8 ଥର ଓଡିଶା ଆସି ବହୁ ଅଂଚଳ ବୁଲି ରାଜ୍ୟର ବାସ୍ତବ ସ୍ଥିତି ଅନୁଭବ କରିଛନ୍ତି । ଖଦି କାର୍ଯ୍ୟକ୍ରମ ପ୍ରସାର ପାଇଁ ସେ ଏଇଠାରୁ ହିଁ ପ୍ରେରଣା ପାଇଥିଲେ । ଗାନ୍ଧୀ ଜୟନ୍ତିର ସଫଳ ପାଇଁ ସେ କମିଟିର ସବୁ ସଦସ୍ୟଙ୍କ ପ୍ରସ୍ତାବ ଆହ୍ବାନ ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଳନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ 5ଟି ସବ କମିଟି ଗଠନ କରାଯାଇଛି ଏବଂ ଅନେକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଜୟନ୍ତୀ କମିଟିର ସବୁ ସଦସ୍ୟଙ୍କ ମତାମତକୁ ଗ୍ରହଣ କରାଯାଇ ଚଳିତ ବର୍ଷ ଅକ୍ଟୋବର 2 ତାରିଖରୁ 2020 ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରୀମଣ୍ଡଳର ସବୁ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗୀୟ ସଚିବ, ବିଶିଷ୍ଟ ଗାନ୍ଧୀବାଦୀ ନେତା, ଲେଖକ, ସର୍ବଭାରତୀୟ ଗାନ୍ଧୀ ଯୁବ ସାମୁଖ୍ୟର ସଦସ୍ୟ ବିରୁପାକ୍ଷ ତ୍ରିପାଠୀ ଓ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

nineteen + 17 =