ଅତନୁଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ 150ତମ ଜୟନ୍ତୀ ସମନ୍ୱୟ ଉପକମିଟି

ଭୁବନେଶ୍ୱର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ରାଜ୍ୟର 2ଦୁଇ ବର୍ଷ ଧରି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି । ଏହାର ଆଉ ଏକ ସମନ୍ୱୟ ଉପକମିଟି ଗଠନ କରାଯାଇଛି । 5 ଜଣ ବିଧାୟକଙ୍କ ସହ ମୋଟ 7 ଜଣଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି ।

ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ସଦସ୍ୟ ଭାବେ ଚିଲିକା ବିଧାୟକ ଡାକ୍ତର ବିଭୁତି ଭୂଷଣ ହରିଚନ୍ଦନ, ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାସ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏବଂ ସାମ୍ବାଦିକ ତଥା ଗାନ୍ଧୀ 150 ରାଜ୍ୟ କମିଟିର ସଦସ୍ୟ ବିରୂପାକ୍ଷ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ଏହି ସମନ୍ୱୟ ଉପକମିଟିର ସଦସ୍ୟ ଆବାହକ ଅଛନ୍ତି । ଉପକମିଟି ଗଠନ ନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

five × 3 =