ଆଜି ଫୁଲୁରୀ ତେଲ ଲାଗି ନୀତି

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ଆଜି ବଡ଼ ଠାକୁରଙ୍କୁ ଲାଗିହେବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ପକ୍ଷରୁ ଏହି ତେଲ ଯୋଗାଇ ଦିଆଯାଏ। ମହାପ୍ରଭୁଙ୍କ ଗୁପ୍ତ ନୀତିରେ ନିୟୋଜିତ ଦଇତାପତି ସେବାୟତ ଏହି ସ୍ୱତନ୍ତ୍ର ତେଲକୁ ଶ୍ରୀଅଙ୍ଗରେ ଲାଗି କରିବେ।

ଆୟୁର୍ବେଦୀୟ ଉପଚାରରେ ଧୀରେଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଚଳିତବର୍ଷ ୧୫ ଦିନ ପାଇଁ ଅଣସର ନୀତି ପାଳନ ହେବ। ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି। ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

twelve + five =