ଆଖଣ୍ଡଳମଣୀଙ୍କ ମନ୍ଦିରରେ ପାଣି

ଭଦ୍ରକ: ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା । ପ୍ରସିଦ୍ଧ ଶୈବ ପୀଠ ଆରଡ଼ିର ଆଖଣ୍ଡଳମଣୀଙ୍କ ମନ୍ଦିରରେ ପାଣି । ଗର୍ଭଗୃହରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ। ଗର୍ଭଗୃହରେ ବର୍ଷା ପାଣି ପଶିଯାଇଥିବା କାରଣରୁ ମଣି ବାବାଙ୍କ ବିଗ୍ରହର ଅର୍ଦ୍ଧାଧିକ ଭାଗ ପାଣିରେ ବୁଡ଼ିଯାଇଛି। ସେପଟେ ବର୍ଷା ଯୋଗୁଁ ବାବାଙ୍କ ପୂଜାର୍ଚ୍ଚନାରେ ବିଘ୍ନ ସୃଷ୍ଟି ହୋଇଛି। ଆଖଣ୍ଡଳମଣିଙ୍କ ପହିଲି ନୀତିକାନ୍ତି, ସକାଳ ନୀତି ଓ ମଙ୍ଗଳ ଆଳତୀରେ ବିଳମ୍ବ ହୋଇଛି। ତେବେ ମୋଟର ଚାଳିତ ପମ୍ପ ଦ୍ଵାରା ବର୍ଷା ଜଳ ନିଷ୍କାସନ କରାଯାଉଥିବା ମନ୍ଦିର ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।


ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ସାଧାରଣ ଜନ ଜୀବନ। ମୂଷଳଧାରାରେ ବର୍ଷା ହେଉଥିବାରୁ ଭଦ୍ରକ ଜିଲ୍ଲାରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ। ଚାନ୍ଦବାଲି ଅଞ୍ଚଳର ବହୁ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହୋଇଥିବା ବେଳେ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି। ଫଳରେ ମଣିବାବାଙ୍କ ପହିଲି ନୀତିକାନ୍ତିରେ ବିଳମ୍ବ ହୋଇଛି।

Share

Leave a Reply

Your email address will not be published. Required fields are marked *

5 + two =