ଟ୍ୱିନସିଟିର ରୋଗୀଙ୍କ ପାଇଁ ଦେବଦୂତ ସାଜିଲା ଶିଖ୍ ଏଡ୍

ଭୁବନେଶ୍ୱର: ଦେଶରେ ସଂକ୍ରମଣର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି |ରାଜ୍ୟରେ ମଧ୍ୟ ସେହି ସମାନ ଅବସ୍ଥା |ଦୈନିକ ୬ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା | କରୋନାର ଏହି ଜଟିଳ ପରିସ୍ଥିତି ସମୟରେ ଅମ୍ଳଜାନ ସଙ୍କଟ ବିଷମ ପରିସ୍ଥିତି ସୃଷ୍ଟି କରିଛି | ତେବେ ଦେଶରେ ଅକ୍ସିଜେନ ଅଭାବରେ ସବୁଦିନ ଶହଶହ ଜୀବନ ଯାଉଥିବା ବେଳେ ଟ୍ୱିନସିଟିର ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଶିଖ୍ ଏଡ୍ | ଫୋନ କରିବା ମାତ୍ରେ ୧୫ ମିନିଟରେ ଘରେ ଆସି ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର | ହୋମ କ୍ୱାରେଣ୍ଟାଇନରେ ଥିବା ଆକ୍ରାନ୍ତଙ୍କ ପାଇଁ ଏମାନେ ପାଲଟିଛନ୍ତି ଦେବଦୂତ ।

ଶିଖ୍ ଏଡ୍ ସଂସ୍ଥାର ୪ ଯୁବକ ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଉଛନ୍ତି । ମହାମାରୀ ସମୟରେ କେବଳ ଅତି ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଦିଆଯାଉଥିବା ବେଳେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ ସମସ୍ୟା ଦୂରୀକରଣ ପାଇଁ ସାହାଯ୍ୟର ହାତ ବଢ଼ାଉଛି ଶିଖ୍ ଏଡ୍ | ଏହି ସଂସ୍ଥା ଫୋନ ପାଇବା ମାତ୍ରେ ଟ୍ୱିନସିଟିରେ ହୋମ ଆଇସୋଲେସନରେ ଥିବା ସଂକ୍ରମିତ ବ୍ୟକ୍ତିଙ୍କ ପାଖରେ ମାଗଣାରେ ଅକ୍ସିଜେନ ନେଇ ପହଞ୍ଚାଉଛି | ତେବେ କେବଳ ଅକ୍ସିଜେନ ସିଲିଣ୍ଡର ନୁହଁ ମାଗଣା ଔଷଧ ମଧ୍ୟ ବିତରଣ କରୁଛି ଏହି ସଂସ୍ଥା |

ଜରୁରୀ ସେବା ଆବଶ୍ୟକ କରୁଥିବା ଯେକୌଣସି କୋଭିଡ ରୋଗୀଙ୍କୁ ଭୁବନେଶ୍ୱର ପାଇଁ ୮୦୧୮୦୦୮୦୨୧ ଏବଂ କଟକ ପାଇଁ ୯୦୪୦୪୭୫୪୨୬ ଦୁଇଟି ମୋବାଇଲ୍ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ ରୋଗୀମାନେ ଶିଖ୍ ଏଡ୍ (www.sikhaid.com) ର ୱେବ୍ ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ସାହାଯ୍ୟ ମାଗିପାରିବେ |

Share

Leave a Reply

Your email address will not be published. Required fields are marked *

7 + four =