ଷ୍ଟେସନରୁ ଧରାହେଲା ଉଡନ୍ତା ସାପ

ଭୁବନେଶ୍ବର : ଭୁବନେଶ୍ବର ରେଲୱେ ଷ୍ଟେସନରୁ ଉଦ୍ଧାର ହେଲା ଫ୍ଲାଇଙ୍ଗ୍‌ ସ୍ନେକ୍ ବା ଉଡନ୍ତା ସାପ । ପଶ୍ଚିମବଙ୍ଗରୁ ଜଣେ ଯୁବକ ସାପଟିକୁ ଆଣି ରେଲୱେ ଷ୍ଟେସନରେ ଲୋକଙ୍କୁ ଦେଖାଇ ମନୋରଞ୍ଜନ କରୁଥିଲା । ଖବର ପାଇ ମଞ୍ଚେଶ୍ବର ବନାଞ୍ଚଳ ଅଧିକାରୀ ଓ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି । ଏହାସହ ରାଜୁ ମହନ୍ତ ନାମକ ଯୁବକକୁ ଅଟକ ମଧ୍ୟ ରଖାଯାଇଛି । ଏହି ଉଡନ୍ତା ସାପ ବିଶେଷ କରି ଦକ୍ଷିଣ ଭାରତ ଏବଂ ଶ୍ରୀଲଙ୍କାରେ ବେଶୀ ଦେଖାଯାଆନ୍ତି । ସାପଟିକୁ ଜଙ୍ଗଲରେ ଛଡାଯିବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − four =