ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ୱର() ଭୁବନେଶ୍ୱରରୁ ସୁରତକୁ ସିଧା ବିମାନ ସେବା ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ଆଜି ସକାଳ ୮ଟା ୪୦ରେ ପ୍ରାୟ ୮୧ଜଣ ଯାତ୍ରୀଙ୍କୁ ନେଇ ସୁରତ ଅଭିମୁଖେ ଉଡ଼ାଣ ଭରିଥିଲା ।

ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ବିମାନ ସୁରତ ଯିବ। ସେହିପରି ଶୁକ୍ରବାର ଓ ରବିବାର ସୁରତରୁ ଭୁବନେଶ୍ୱର ଅଭିମୁଖେ ଉଡ଼ିବ ବିମାନ । ଏଥିପାଇଁ ସମୟ ମଧ୍ୟ ଧାର୍ୟ୍ୟ ହୋଇଯାଇଛି। ଭୁବନେଶ୍ୱରରୁ ସକାଳ ୮ଟା ୪୦ରୁ ବିମାନ ବାହାରି ସକାଳ ୧୦ଟା ୪୦ରେ ସୁରତରେ ପହଞ୍ଚିବ। ସେହିଭଳି ସୁରତରୁ ସକାଳ ୮ଟା ୪୦ରେ ବାହାରି ଭୁବନେଶ୍ୱରରେ ସକାଳ ୧୦ଟା ୪୦ରେ ପହଞ୍ଚିବ।

Share

Leave a Reply

Your email address will not be published. Required fields are marked *

9 + nineteen =