୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖଲ୍ଲିକୋଟ()   ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ୟ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

୨୦୧୪ ମେ ୨୭ ତାରିଖରେ ଗଳାକାଟି ହତ୍ୟା କରିଥିଲେ ଏହି ୫ ଜଣ ଅଭିଯୁକ୍ତ । ତେବେ ହତ୍ୟା ଘଟଣାକୁ ଠିକ ପାଂଚ ବର୍ଷ ଗୋଟିଏ ମାସ ବିତିଯିବା ପରେ ମାନ୍ୟବର କୋର୍ଟ ଆଜି ରାୟ ପ୍ରକାଶ କରିଛନ୍ତି ।

ତେବେ ସାମ୍ବାଦିକ ତରୁଣ ଆଚାର୍ୟ୍ୟଙ୍କ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛି କୋଟିପତି କାଜୁ ବ୍ୟବସାୟୀ ଶ୍ୟାମ ସୁନ୍ଦର ପୃଷ୍ଟି । ଘଟଣା ପରଠାରୁ ଶ୍ୟାମ ସୁନ୍ଦର ପୃଷ୍ଟିଙ୍କ ସମେତ ୫ଜଣ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତ ବୁଡ଼ୁ ପଣ୍ଡା ବର୍ତମାନ ପର୍ୟ୍ୟନ୍ତ ଫେରାର ଅଛି ।

Share

Leave a Reply

Your email address will not be published. Required fields are marked *

eight − 5 =