ବାଚସ୍ପତିଙ୍କ ଫିଟନେସ୍ ମନ୍ତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଫିଟନେଓ ମନ୍ତ୍ରୀ । କାଦୁଅ ଲଟପଟ ହୋଇଥିବା ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବାଚସ୍ପତି ମହାଶୟ ଫିଟନେଓ ରହିବା ନେଇ ବାଣ୍ଟୁଛନ୍ତି ଜ୍ଞାନ । ସୂର୍ୟ୍ୟବାବୁଙ୍କର ବୟସ ୭୫ ଛୁଇଁଲାଣି । ଏ ବୟସରେ ହାର୍ଟ, କିଡନୀ, ଡାଇବେଟିସ ଭଳି ବିଭିନ୍ନ ରୋଗରେ ମଧ୍ୟ ସେ ପୀଡ଼ିତ ଅଛନ୍ତି । ହେଲେ ସୂର୍ୟ୍ୟବାବୁ ଏସବୁ ରୋଗ ପାଇଁ ଆଉ ମେଡିସିନ୍ ଖାଉନାହାନ୍ତି । ସାର୍ ଏବେ ନେଚର ଥେରାପି ନେଉଛନ୍ତି । ଦେହରେ ଏମିତି ମାଟି ବୋଲି ହୋଇ ସୂର୍ୟ୍ୟ କିରଣରେ ବେଶ୍ କିଛି ସମୟ ବସି ରହୁଛନ୍ତି । ଆଉ ଏଥିରୁ ତାଙ୍କ ଶରୀରକୁ ଖୁବ୍ ଲାଭ ମିଳୁଛି ବୋଲି କହୁଛନ୍ତି ।ସୂର୍ୟ୍ୟବାବୁ ଏବେ ଭୋର୍ ୪ଟାରୁ ଉଠୁଛନ୍ତି । ଗଲା ୪ମାସ ହେଲେ କେବଳ ଫଳମୂଳ ଖାଇ ରହୁଛନ୍ତି । ଆମିଷ, କ୍ଷୀର, ଦହି, ଭାତ, ରୁଟି ଭଳି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଏଭଳି କରିବା ଦ୍ବାରା ପୂର୍ବାପେକ୍ଷା ସେ ଅଧିକ ସୁସ୍ଥ ଓ ଫିଟ୍ ଅନୁଭବ କରୁଛନ୍ତି । ସକାଳୁ ପାଣି କଖାରୁ ଜୁସ୍, କନ୍ଧମାଳ ହଳଦୀ ପାଣି, ସକାଳ ଜଳଖିଆରେ ଗଜାମୁଗ ପିସ୍ତା ଖାଉଛନ୍ତି । ମଧ୍ୟାହ୍ନରେ ଅଳ୍ପ ପରିବା ସିଝା ଓ ରାତିରେ ଫଳାହାର କରୁଛନ୍ତି ସୂର୍ୟ୍ୟବାବୁ । ମାଟି ସ୍ନାନ ତାଙ୍କୁ ଖୁବ୍ ଫାଇଦା ଦେଉଛି ବୋଲି କହୁଛନ୍ତି ।

Share

Leave a Reply

Your email address will not be published. Required fields are marked *

four × two =