ଭୁବନେଶ୍ୱରରେ ପ୍ରଥମ ମୁକ୍ତାକାଶ ବ୍ୟର୍ଜବସ୍ତୁ କଳାକୃତି ସଂଗ୍ରହାଳୟ

ଭୁବନେଶ୍ୱର ():  ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର ଠାରେ ପ୍ରଥମ ଆନ୍ତର୍ଜାତୀୟ ସାର୍ବଜନୀନ ଆର୍ଟ ସିମ୍ପୋଜିୟମ୍ ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଆର୍ଟିଷ୍ଟ ନେଟୱାର୍କ ପ୍ରମୋଟିଂ ଇଣ୍ଡିଆନ୍ କଲର୍ଚର (ଆନ୍ପିକ୍), ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ (ବି.ଡି.ଏ.), ଭୁବନେଶ୍ୱର ମ୍ୟୁନିସିପାଲଟି କର୍ପୋରେସନ (ବି.ଏମ୍.ସି.)ର ମିଳିତ ସହଯୋଗରେ ଏହା କାର୍ଯ୍ୟକାରୀ ହୋଇଅଛି । ଉଦ୍ଘାଟନୀ ସଭାରେ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଏବଂ କଳା ବିଭାଗ ମନ୍ତ୍ରୀ, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଏମ୍.ପି ଡ଼ଃ ପ୍ରସନ୍ନ କୁମାର ପାଟସାଣୀ, ବି.ଡି.ଏ. ଉପାଦକ୍ଷ କ୍ରିଷ୍ଣନ୍ କୁମାର, ବି.ଡି.ଏ. ମେମ୍ବର ଏନ୍ଫୋର୍ସମେଣ୍ଟ ଭବାନୀ ଶଙ୍କର ଚଇନୀ, ସ୍ଥାନୀୟ କର୍ପୋରେଟର୍ ଦିଲୀପ ମାଝୀ ତଥା ସମ୍ମାନିତ ଅତିଥି ଆନ୍ପିକ୍ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସଶାଙ୍କ ମହାପାତ୍ର, ଆନ୍ପିକ୍ର ଟ୍ରଷ୍ଟି ଖିତିଶ୍ ଦାସ ଓ କ୍ୟୁରେଟର୍ କାନ୍ତା କିଶୋର ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ଏହି ସିମ୍ପୋଜିୟମ୍କୁ ସଫଳ କରିବାରେ ଆନ୍ପିକ୍ ଓ ଆର୍ଟିଷ୍ଟମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହା ଏକ ସୁପଦକ୍ଷେପ । ଏଠାରେ ସ୍ଥାପିତ ମୂର୍ତିମାନ ସବୁ ଅତି ସୁନ୍ଦର ହୋଇଛି । ”
ଏହି କାର୍ଯ୍ୟକ୍ରମରେ (ଆନ୍ପିକ୍)ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସଂଶାଙ୍କ ମହାପାତ୍ର କହିଲେ, “କଳା ତାହା ନୁହେଁ ଯାହା ଆଖିକୁ  ପ୍ରସନ୍ନତା ଦେଇଥାଏ ବରଂ ଗୁରୁତ୍ୱବହନ କରୁଥିବା ଏକ ଦୃଢ ସାମାଜିକ ବାର୍ତାକୁ ପ୍ରଚାର କରିଥାଏ । ବ୍ୟର୍ଜବସ୍ତୁ ଉପରେ ଆଧାରିତ ସର୍ବପ୍ରଥମ ସାର୍ବଜନୀନ ସ୍ଥାୟୀ ମୁକ୍ତାକାଶ ସ୍କଲ୍ପଚର୍ ପାର୍କ  ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ପାଲଟିବା ସହ ପରିବେଶର ବିଭିନ୍ନ ସମସ୍ୟା ତଥା ବନ୍ୟଜନ୍ତୁ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବ”।
“ଆମର ପ୍ରାଥମିକ ପ୍ରୟାସ ଓଡିଶାରେ ସାମାଜିକ ସାଂସ୍କୃତିକ କଳାକୁ ପ୍ରେତ୍ସାହିତ କରିବା ସଙ୍ଗେ ସଙ୍ଗେ ଯୁବକଳାକାରଙ୍କୁ ନୂଆ ଚିନ୍ତାଧାରା ସହ ଏଥିପ୍ରତି ଆକୃଷ୍ଟ କରିବା ”। ଆନ୍ପିକ୍ର ଟ୍ରଷ୍ଟି ଖିତିସ୍ ଦାସ୍ କାର୍ଯ୍ୟକ୍ରମରେ ସୂଚନା ଦେଇ କହିଲେ, “ ଏହା ହେଉଛି ବ୍ୟର୍ଜବସ୍ତୁ ଉପରେ ଆଧାରିତ ପ୍ରଥମ ସାର୍ବଜନୀନ ସ୍ଥାୟୀ ସ୍କଲ୍ପଚର୍ ପାର୍କ ଯାହାକି ଓଡିଶାର ପର୍ଯ୍ୟଟନକୁ ବୃଦ୍ଧି କରିବା ଦିଗରେ ସହାୟ ହେବ ” । ଆଇପାସ୍ ହେଉଛି, ବ୍ୟର୍ଜବସ୍ତୁ ଉପରେ ଆଧାରିତ ଓଡିଶାର ସର୍ବପ୍ରଥମ ସାର୍ବଜନୀନ ସ୍ଥାୟୀ ମୁକ୍ତାକାଶ ମୂର୍ତୀକଳା ପ୍ରଦର୍ଶନ ସଂଗ୍ରହାଳୟ । ଯେଉଁଠି ବିଭିନ୍ନ ଦେଶରୁ ଆର୍ଟିଷ୍ଟମାନେ ଆସି ବ୍ୟର୍ଜବସ୍ତକୁ ନେଇ ବିଭିନ୍ନ ପ୍ରକାରର ସ୍କଲ୍ପଚର୍ମାନ ନିର୍ମାଣ କରିଛନ୍ତି । ଆର୍ଜେଟିଂନାର ଆନ୍ତର୍ଜାତିକ ଶିଳ୍ପୀ ଅଗୁଷ୍ଟୋ ଡାନିଏଲ୍ ଗାଲୋ ଭାରତର ରାଷ୍ଟ୍ରୀୟ ପ୍ରତୀକ ସିଂହ ନିର୍ମାଣ କରିଛନ୍ତି ଯାହାକି ଜଙ୍କ ଧାତୁରେ ନିର୍ମିତ, ନ୍ୟିୟୁଜ୍ଲାଣ୍ଡର ଡୋନାଲ୍ଡ ବୁଗ୍ଲାସ୍ ଲୁହାରୁ ଏକ ଉଡନ୍ତା ଇଗଲ୍  ନିର୍ମାଣ କରିଛନ୍ତ, ନେଦରଲ୍ୟାଣ୍ଡର  ଅନିତା ମ୍ୟାରିଆ ୱିଲ୍ହେମିନା ଡେ ହାର୍ଡେ ରୋୟାଲ୍ ନିର୍ମାଣ କରିଛନ୍ତି ବେଙ୍ଗଲ ଟାଇଗର  “ସୁନ୍ଦରୀ”, ସ୍ପେନର ଡାନିଏଲ୍ ପରେଜ୍ ସୁଅରେଜ୍ ବୁଦ୍ଧଙ୍କ ମସ୍ତକ ନିର୍ମାଣ କରିଛନ୍ତି, ଭାରତର ଜିତେନ୍ତ୍ର କୁମାର ଓଝା ମହିଳା ସଶକ୍ତିକରଣକୁ ଆଖି ଆଗରେ ରଖି ଏକ ଭ୍ୟାନିଟି ବ୍ୟାଗ୍ ନିର୍ମାଣ କରିଛନ୍ତି । ।
ସେହିପରି ବିଜ୍ଞାନ ସହ ଜଡିତ ବିଭିନ୍ନ ଥିଓରିର ପ୍ରଚାର ପ୍ରସାର କରିବା ନିମନ୍ତେ ଆୟାରଲାଣ୍ଡର ପ୍ୟାଡି ବ୍ଲୁମର ଏବଂ ଇଟାଲୀର ମ୍ୟାଟିଓ ବାରୋନି କାଇନାଟିକ୍ ସ୍କଲ୍ପଚର୍ ନିର୍ମାଣ କରିଛନ୍ତି । ଏହି ଲାଇଭ୍ ସ୍କଲ୍ପଚର୍ କାର୍ଯ୍ୟକ୍ରମ ଦୀର୍ଘ ୨୦ ଦିନ ଧରି ଚାଲିଥିଲା ଯାହାକି ପରବର୍ତୀ ସମୟରେ ଏକ ସାର୍ବଜନୀନ ସ୍ଥାୟୀ ମୁକ୍ତାକାଶ ମୂର୍ତୀକଳା ପ୍ରଦର୍ଶନ ସଂଗ୍ରହାଳୟର ରୂପନେଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ହେଉଛି “ରିଡିୟୁସ୍, ରିୟୁଜ୍, ରିସାଇକିଲ୍” ଯାହା ଓଡିଶାର ଲୋକଙ୍କ ପାଇଁ ଉପଲବ୍ଧ । ଏହି ସ୍କଲ୍ପଚର୍ ପାର୍କ ଓଡିଶାର ଲୋକଙ୍କ ମଧ୍ୟରେ ପରିବେଶକୁ ସୁରକ୍ଷା ତଥା ପାରାପାଶ୍ୱର୍ିକ ପରବେଶରେ ପରିବର୍ତନ ଏବଂ ବର୍ଜ୍ୟବସ୍ତୁକୁ ଏଠାରେ ସେଠାରେ ନ ଫୋପାଡି ତାହାର ପୁନଃ ବିନିଯୋଗ କରିହେବ ସେ ବାବଦରେ ସଚେତନତା ସୃଷ୍ଟି କରିବ ।
ଏହି କାର୍ଯ୍ୟକ୍ରମଟି ସାମାଜିକ ଏବଂ ସାସ୍କୃତିକ କଳା ଜରିଆରେ ଧର୍ମ ନିରପେକ୍ଷ ପ୍ରସଙ୍ଗ ଉପରେ ରାଜ୍ୟରେ ସକ୍ରିୟ ଭାଗିଦାରୀ ହେବବୋଲି ଆଶା କରାଯାଇଛି । ଏହି କଳାକୃତି ମୁଖ୍ୟତଃ ର୍ବଜ୍ୟବସ୍ତୁ ଉପରେ ଉଦ୍ଧିଷ୍ଟ । ଯାହାକି ଇକୋଫ୍ରେଣ୍ଡଲିର ବାର୍ତାକୁ ପ୍ରଚାର କରିବା ସହ ଆଲାରାମିଂ ସମସ୍ୟା ଗୁଡିକ – ଗ୍ଲୋବାଲ୍ ୱାର୍ମିଂ, ଗଛ କାଟିବା, ବନ୍ୟା ତଥା ଯେଉଁ ବନ୍ୟପ୍ରାଣୀମାନେ ବିଭିନ୍ନ କାରଣରୁ ଯଥା – ଦୈବ ଦୁର୍ବିପାକ, ହତ୍ୟା, ଅବଧ୍ୟ ଶିକାର ହେତୁ ଅସୁରକ୍ଷିତ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଓଡିଶା ଅଲିଭ୍ ରିଡଲ୍ କଇଁଛ, ଭାରତୀୟ/ ଓଡିଶା ହାତୀ, ଭାରତୀୟ ଗେଣ୍ଡା, ନୀଳଗିରି ତହର, ବେଙ୍ଗଲ ଟାଇଗର, କୃଷ୍ଣସାର ମୃଗ, ହିମ ପ୍ରବେଶିୟ ଚିତା ପ୍ରମୁଖ ।
ଆନ୍ପିକ୍ : ଆନ୍ପିକ୍ ହେଉଛି ଏକ ଓଡିଶା ପର୍ଯ୍ୟବେଶିତ ସାମାଜିକ ଏବଂ ସାସ୍କୃତିକ ଅନୁଷ୍ଠାନ ଯାହାର ମୂଳ ଲକ୍ଷ୍ୟ ହେଉଛି, କଳା ଓ ପରମ୍ପରା ଜରିଆରେ ସାମାଜିକ ଏକତାର ପ୍ରଚାର କରିବା । ରାଷ୍ଟ୍ରନିର୍ମାଣ ସହ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉନ୍ନତିମୂଳକ ଉଦ୍ଦେଶ୍ୟ ସାଧନ କରିବା ଗ୍ରାମୀଣ ଏବଂ ସହରାଚଂଳ ମଧ୍ୟରେ ଏକ ସାଂସ୍କୃତିକ ଯୋଗାଯୋଗ ସୃଷ୍ଟି କରିବା ତଥା ଉଦ୍ୟୋଗୀ ଏବଂ ଶିଳ୍ପୀମାନଙ୍କୁ ଏକତ୍ରୀକରଣ କରିବାଦିଗରେ କାର୍ଯ୍ୟାରତ । ଯଦିଓ ଆନ୍ପିକ୍ ଏକ ଆଧୁନିକ ବିଚାରଧାରା ଉପରେ ପର୍ଯ୍ୟବେଶିତ ସମସାମୟିକ ଅନୁଷ୍ଠାନ ତଥାପି ଏହା ପାରମ୍ପରିକ ଜ୍ଞାନ ବ୍ୟବସ୍ଥା ଏବଂ  ସୁଜନଶୀଳତା ଜରିଆରେ ପାରମ୍ପରିକ ପ୍ରଥା ଓ ଆଧୁନିକ କୌଶଳକୁ ପ୍ରାଧାନ୍ୟ ଦେଇଥାଏ ।
Share

Leave a Reply

Your email address will not be published. Required fields are marked *

twelve + 9 =