କୃଷିଜାତ ଦ୍ରବ୍ୟକୁ ପୋଡିବା ଏବଂ ଅଧିକ ଗାଡି ଚାଳନା ଦ୍ବାରା ବଢ଼ୁଛି ପ୍ରଦୂଷଣ

ଭୁବନେଶ୍ବର () ପ୍ରଦୂଷଣ ଯୋଗୁଁ ଭାରତର ରାଜଧାନୀ ଦିଲ୍ଲୀରେ ୭୦ ପ୍ରତିଶତ ଲୋକଙ୍କୁ ମୁହଁରେ ମାସ୍କ ବାନ୍ଧି ରାସ୍ତାରେ ଯିବାର ଦେଖିବାକୁ ମିଳିଥାଏ । ପଞ୍ଜାବ, ହରିୟାଣା ଏପରିକି ପାକିସ୍ତାନରେ ଅଧିକ ମାତ୍ରାରେ ଶସ୍ୟ କ୍ଷେତ୍ରରେ ଚାଷକାର୍ଯ୍ୟ ପରେ ନିଆଁ ଲଗାଇ ଦିଆଯାଉଥିବା ଯୋଗୁଁ ସେଥିରୁ ନିର୍ଗତ ଧୂଆଁ ଯୋଗୁଁ ପ୍ରଦୂଷଣ ହେଉଛି । ଏହା ସ୍ବାସ୍ଥ୍ୟ ପକ୍ଷେ ଖୁବ୍ କ୍ଷତିକାରକ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ ।

ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ଆୟୋଜିତ ଜାତୀୟ କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ଏହି ବକ୍ତବ୍ୟ ରଖିଛନ୍ତି ପ୍ରଫେସର ବାନାର୍ଜୀ । କର୍ମଶାଳାରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ସୋଆ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡଃ ଅଶୋକ କୁମାର ମହାପାତ୍ର ମଧ୍ୟ କୃଷି କ୍ଷେତ୍ରରେ ନିଆଁ ଲଗାଇବା ଯୋଗୁଁ ବାୟୁ ପ୍ରଦୂଷଣ ପ୍ରସଙ୍ଗକୁ ସମର୍ଥନ କରିବା ସହ କେବଳ ଦିଲ୍ଲୀ ନୁହେଁ ଓଡ଼ିଶାରେ ମଧ୍ୟ ବାୟୁ ପ୍ରଦୂଷଣ ଢ଼େର ମାତ୍ରାରେ ବୃଦ୍ଧି ପାଉଛି ବୋଲି ଉଦ୍ବେଗ ପ୍ରକାଶ କରିଥିଲେ । ପ୍ରଫେସର ମହାପାତ୍ର କହିଥିଲେ ଯେ ସାଟେଲାଇଟ୍ ଯୋଗୁଁ ମଧ୍ୟ ମହାକାଶ ପ୍ରଦୂଷିତ ହେଉଛି । ପୃଥିବୀ, ମହାସାଗର ଏବଂ ମହାକାଶ ସବୁକିଛି ଏବେ ଅଳିଆ ଆବର୍ଜନାରେ ଭରପୂର ଏବଂ ପ୍ରଦୂଷିତ ବୋଲି ମତ ପ୍ରକାଶ କରିଛନ୍ତି ଡଃ ମହାପାତ୍ର ।

ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା କାଉନସିଲର ଭାଇସ୍ ଚେୟାରମ୍ୟାନ୍ ପ୍ରଫେସର ଅଶୋକ କୁମାର ଦାସ ଯୋଗ ଦେଇ କହିଥିଲେ ଯେ ରାସ୍ତାରେ ଅଧିକ ମାତ୍ରାରେ ଗାଡ଼ି ଚଳାଚଳ ଯୋଗୁଁ ବାୟୁ ପ୍ରଦୂଷଣ ହେଉଛି । ୪୦ ରୁ ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଗାଡ଼ି ଚଳାଚଳ ଯୋଗୁଁ ହେଉଥିବା ପ୍ରଫେସର ଦାସ କହିଛନ୍ତି । ରାସ୍ତାରେ ଏତେ ମାତ୍ରାରେ ଗାଡ଼ି ଚଳାଚଳ ହେଉଛି ଯେ ପଥଚାରୀଙ୍କ ପାଇଁ ରାସ୍ତାରେ ଯିବା ସମ୍ଭବ ହେଉନାହିଁ । ଏହା ଏକ ବଡ଼ ସମସ୍ୟା ବୋଲି ସେ ଉଦ୍ବେଗ ପ୍ରକାଶ କରିଥିଲେ । କେବଳ ପ୍ରଦୂଷଣ ନୁହେଁ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆମେ ଯତ୍ନବାନ ନୋହୁଁ । ମେଦବହୁଳତା ମଧ୍ୟ ଏକ ବଡ଼ ସମସ୍ୟା ହୋଇଛି ବୋଲି ପ୍ରଫେସର ମହାପାତ୍ର ପ୍ର୍ରକାଶ କରି ଆମେ ଭଲ ଖାଦ୍ୟ ଖାଉଛୁ ଏବଂ ଖରାପ୍ ସ୍ବାସ୍ଥ୍ୟ ଆପଣାଉଛୁ । ଏଥିପାଇଁ ଯୁବପିଢ଼ି ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 3 =