କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆଚାର୍ଯ୍ୟ ବିହାରରେ ଥିବା ଏକ କୋଚିଂ ସେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି କୋଚିଂ ସେଣ୍ଟର୍‌ର ସେକେଣ୍ଡ ଫ୍ଲୋରଟି ପୁରାପୁରା ନଷ୍ଟ  ହୋଇଯାଇଛି। ସେଠାରେ ଥିବା ସମସ୍ତ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ସକାଳେ କୋଚିଂ ସେଣ୍ଟରରେ କ୍ଲାସ ନ ଥିବାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ନିଶ୍ଚିତ ଦୁର୍ଘଟଣାରୁ  ବର୍ତ୍ତିଯାଇଛନ୍ତି।ଆଜି ସକାଳେ କୋଚିଂ ସେଣ୍ଟର୍‌ରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁ ଆୟତ୍ତ କରିଛି।

Share

Leave a Reply

Your email address will not be published. Required fields are marked *

six + seventeen =