ନିଜକୁ ଜାଳିଦେଲେ ବିଜେଡି ନେତ୍ରୀ

ବ୍ରହ୍ମପୁର() ବ୍ରହ୍ମପୁର ଏସପିଙ୍କ କାର୍ୟ୍ୟାଳୟ ଆଗରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ।ଗୁରୁତର ଅବସ୍ଥାରେ ମିନାକ୍ଷୀ ମିଶ୍ରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ୍ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ଅପର ଗୋଷ୍ଠିର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ୍ ୫ଜଣଙ୍କୁ ଗିରଫ କରିଥିଲା।ଏ ସଂକ୍ରାନ୍ତରେ ଏସ୍ପିଙ୍କୁ ଭେଟିବାକୁ ମିନାକ୍ଷୀ ଆଜି ତାଙ୍କ ଅଫିସ୍ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ୟ୍ୟନ୍ତ ଦେଖା କରି ନ ପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ପୁଲିସ୍ କର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଗକଉଏରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।

ପୁଅ ଗିରଫକୁ ପ୍ରତିବାଦ କରୁଥିବା ମିନାକ୍ଷୀ ନିଜ ଦେହରେ ନିଆଁ ଲଗାଇ ଦେବେ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

seventeen + 19 =